ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଠାରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସରନୀତି, ନେତ୍ରୋତ୍ସବ, ରଥଯାତ୍ରା, ହେରାପଞ୍ଚମୀ, ବାହୁଡାଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ଆଦି ଉତ୍ସବକୁ ଶୃଙ୍ଖଳାର ସହ ପାଳନ ନେଇ ଆଲୋଚନା କରାଯାଇଥିଲା । ଏଥିସହ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ ଦୃଷ୍ଟିରୁ ଟ୍ରାଫିକ୍ ବ୍ୟବସ୍ଥା, ସ୍ୱଚ୍ଛତା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାକୁ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏହି ଅବସରରେ ସେବାୟତମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ନବୀନ ଚନ୍ଦ୍ର ମେହେର ସଭାର ବିବରଣୀ ଉପସ୍ଥାପନ କରିଥିଲେ । ବୈଠକରେ ଡମ୍ୱରୁଧର ମେହେର, ଲୋକନାଥ ମେହେର, ହୃଦାନନ୍ଦ ମାଝୀ, ପୂର୍ଣ୍ଣଚନ୍ଦ୍ର ମେହେର, ନାରାୟଣ ପାତ୍ର, ଅରିଗଞ୍ଜନ ଯୋଷୀ, ରୋହିତ ମେହେର, ଗୋଳାମଣି ସା, ଯୁକ୍ତକିଶୋର ମେହେର, ହରେଶ ଜୈନ, ତ୍ରିନାଥ ମେହେର, ଜିତେନ ମେହେର, ଧୃବଚରଣ ମେହେର, ତୋଳାରାମ ମେହେର, ଜ୍ୟୋତିପ୍ରକାଶ ମେହେର, ତପେଶ୍ୱର ମେହେର, ହେଦାନନ୍ଦ ମେହେର, ଜଗମୋହନ ମେହେର, ଜଗନ୍ୟ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଦେବେଶ ମେହେର, ବେଣୁଧର ମେହେର, ଖଗେଶ୍ୱର ମେହେର, ଚନ୍ଦ୍ରଶେଖର ମେହେର, ଗଣପତି ମେହେର, ପ୍ରଭାତ ମେହେର, ଋଷଭ ମେହେର, ଲୋଚନ ମେହେର, ବାଦଲ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରୂପେଶ ଚନ୍ଦ୍ର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।