ନିତ୍ୟାନନ୍ଦ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

 ନିଆଳି: ନିଆଳି ବ୍ଲକ ଦେବୀ କନ୍ଦଳ ନିତ୍ୟାନନ୍ଦ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ମାର୍କେଣ୍ଡେଶ୍ୱର ମହାପାତ୍ର ଅଭିଭାଷଣ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଛବି ମଲିକ ଯୋଗ ଦେଇଥିଲେ । ସାମ୍ମନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଂଜନ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ସୌଦାମିନୀ ମହାପାତ୍ର, ନିଆଳି ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଏରଞ୍ଚ ସରପଞ୍ଚ ନିରଞ୍ଜନ ବେହେରା, ଭୁବନାନନ୍ଦ ମହାପାତ୍ର ଯୋଗ ଦେଇଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ମନୋଜ କୁମାର ସେନାପତି ପ୍ରଦାନ କରିଥିଲେ । ଉପସଭାପତି ଡାକ୍ତର ଅକ୍ଷୟ କୁମାର ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ । ୧୯୮୦ମସିହାରେ କଲେଜକୁ ଜାଗାଦାନ କରିଥିବା ଈଶ୍ୱର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଯକ ଅମୂଲ୍ୟ ରତନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ବିରେନ କୁମାର ପ୍ରଧାନ, ବିଶ୍ୱଜିତ ରାଉତ, ଗୋପାଳ କୃଷ୍ଣ ମିଶ୍ର, ସୁବ୍ରତ କୁମାର ବେହେରା, ଡାକ୍ତର ନିରଞ୍ଜନ ମହାପାତ୍ର, ଡାକ୍ତର ମୋନାଲିସା ଚକ୍ରବର୍ତ୍ତୀ, ପବିର କୁମାର ଜେନା, ଲକ୍ଷ୍ମୀପ୍ରିୟା ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଭାତ ଜେନା, ଅଶୋକ କୁମାର ରଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।