ନିଦ୍ୱର୍ନ୍ଦ୍ୱରେ ଦେବବ୍ରତ ସଭାପତି ଓ ପ୍ରବୀର ସମ୍ପାଦକ ନିର୍ବାଚିତ

ବେତନଟୀ: ରାଜ୍ୟର ବାର ଏସୋସିଏସନ କାଉନସିଲ ନିଦେ୍ର୍ଦଶକ୍ରମେ ବେତନଟୀ ବାର ଏସୋସିଏସନର ନିର୍ବାଚନ ନିମନ୍ତେ ଗତ ମାର୍ଚ୍ଚ ୫ରୁ ୭ତାରିଖ ତିନି ଦିନ ଧରି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ଏବଂ ମାର୍ଚ୍ଚ ୧୦ ତାରିଖ ଯାଞ୍ଚ ଓ ୧୨ ତାରିଖ ପ୍ରତ୍ୟାହାର ଦିବସରେ ସଭାପତି ପଦରୁ ପ୍ରାର୍ଥୀ ସଚ୍ଚିଦାନନ୍ଦ ମହାନ୍ତି ପ୍ରାର୍ଥôତ୍ୱ ପ୍ରତ୍ୟାହାର କରିଥିଲେ । ତେଣୁ ବିନା ପ୍ରତିଦ୍ୱନ୍ଦିତାରେ ଦେବବ୍ରତ ପରିଡା ସଭାପତି ଓ ସଂପାଦକ ପଦରେ ଏକମାତ୍ର ପ୍ରାର୍ଥୀ ଥିବା ପ୍ରବୀର କୁମାର ବାରିକ ଓ ହରଦତ୍ତ ମହାନ୍ତ ସହସଂପାଦକ ରୂପେ ନିର୍ବାଚିତ ଘୋଷିତ ହୋଇଛନ୍ତି । ଏଥିସମେତ ୫ଜଣ କାର୍ଯ୍ୟକାରୀ କମିଟିର ସଦସ୍ୟ ଧିରଜ ଖଣ୍ଡେଲ ୱାଲ, ସଂଜୟ କୁମାର ପାତ୍ର, ସତ୍ୟକାମ ପଣ୍ଡା, ଧିରେନ୍ଦ୍ର ବେହେରା, ପ୍ରଫୁଲ୍ଲ କୁମାର ବେହେରା ମଧ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କେବଳ ଉପସଭାପତି ପଦରେ ତିନିଜଣ ପ୍ରାର୍ଥୀ ରବିନାରାୟଣ ମହାପାତ୍ର, ମଧୁସୂଦନ ମହାନ୍ତ ଓ ହେମନ୍ତ କୁମାର ମହାନ୍ତ ଏବଂ କୋଷାଧ୍ୟକ୍ଷ ପଦରେ ଦୁଇଜଣ ପ୍ରାର୍ଥୀ ଲମ୍ବୋଦର ନାୟକ ଓ ମନୋଜ କୁମାର ଦଳେଇଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ଚଳିତ ମାର୍ଚ୍ଚ୨୯ ତାରିଖ ସକାଳ ୭ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହୋଇ ତତ୍ପରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ ଅଧିକାରୀ ରଣଜିତ ଗନ୍ତାୟତଙ୍କ ସୂତ୍ରରୁ ପ୍ରକାଶ ।