ପୁଲିସ ଉପସ୍ଥିତିରେ ଧସ୍ତାଧସ୍ତି; ସହଯୋଗ କରୁନି ପ୍ରଶାସନ , ଏନ୍ଓସି ପାଇଲା ପରେ ବି ମାଟି ମୁଠାଏ ପକାଇ ପାରୁନି ଜ୍ୟୋତି ଫିଲିଙ୍ଗ
ାା ପ୍ରଭାନୁ୍ୟଜ ।ା ଯଖପୁରା: ରାଜ୍ୟର ବିକାଶ ପାଇଁ ସରକାର ଶିଳ୍ପପତି ମାନଙ୍କୁ ନିମନ୍ତ୍ରଣ କରାଯାଉଛି । ମେକ ଇନ ଓଡ଼ିଶା କନକ୍ଲେଭେରେ ଶିଳ୍ପପତି ମାନଙ୍କୁ ପ୍ରୋତ୍ସାହନ ପ୍ରତିଶ୍ରୁତି ପରେ କଳିଙ୍ଗନଗରରେ ଅନେକ କ୍ଷୁଦ୍ର ମଧ୍ୟମ ଧରଣର ଶିଳ୍ପ ସ୍ଥାପନ ପାଇଁ ଶିଳ୍ପପତି ଆଗେଇ ଆସିଥିଲେ । ସେହି କ୍ରମରେ ଯଖପୁରା ଥାନା ଅଧୀନସ୍ଥ ଦଶମାଣିଆ ଠାରେ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ଇଡକୋ ଠାରୁ ଜମି ନେଇ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଆଗେଇ ଆସିଥିଲା । ମାତ୍ର ତାହା ସଫଳ ହୋଇପାରୁନାହିଁ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଫିଲିଙ୍ଗ ଷ୍ଟେସନ କାର୍ଯ୍ୟକୁ ବିରୋଧ କରାଯାଉଛି । କିଛି ମୁଷ୍ଟିମୟ ନିଜର ବ୍ୟକ୍ତି ଗତ ସ୍ୱାର୍ଥ ହାସଲ ପାଇଁ କମ୍ପାନୀ କାର୍ଯ୍ୟକୁ ବିରୋଧ କରୁଛନ୍ତି । ଫଳରେ କମ୍ପାନୀ କାର୍ଯ୍ୟ ଆଗକୁ ବଢ଼ି ପାରୁନି । କମ୍ପାନୀ ପାଖରେ କାର୍ଯ୍ୟ କରିବାର ଆଦେଶ ଥିଲେ ମଧ୍ୟ କରିପାରୁ ନାହିଁ । ଜ୍ୟୋତି ଫିଲିଙ୍ଗ ଷ୍ଟେସନ ପାଖରେ କାର୍ଯ୍ୟାଦେଶ କରିବାର ସମସ୍ତ ପ୍ରକାର ସରକାରୀ ନିଦେ୍ର୍ଦଶ ରହିଥିବା ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ କ୍ଷୁଦ୍ର ଶିଳ୍ପକୁ ବିରୋଧ କରାଯାଉଛି । ଆଜି ସକାଳୁ ସକାଳୁ ଫିଲଙ୍ଗ ଷ୍ଟେସନ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଣି ବିରୋଧର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା । ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ପୁଲିସ ଉପସ୍ଥିତିରେ ପେଲା ଠେଲା, ଧସ୍ତାଧସ୍ତି, ହାତା ହାତି ହୋଇଥିଲେ । ଗୋଟିଏ ଗୋଷ୍ଠୀ କାର୍ଯ୍ୟକୁ ବିରୋଧ କରୁଥିବାର ଅନ୍ୟଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଥିଲା । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ହେଲେ ଯଖପୁରା ପୁଲିସ ଦେଖଣାହାରୀ ସାଜିଥିଲା । କାର୍ଯ୍ୟକୁ ଏବେ ନୁହେଁ ଏହା ପୂର୍ବରୁ ତିନିରୁ ଚାରିଥର ବିରୋଧ କରାଗଲାଣି । ଏହାକୁ ନେଇ ଯଖପୁରା ଥାନାରେ ତିନିତିନି ଥର ଏତଲା ଦେଲା ପରେ ମଧ୍ୟ ପୁଲିସ ହାତ ବାନ୍ଧି ବସିଛି । ଫଳରେ ଆଜି ଘଟଣା ଉଗ୍ରରୂପ ଧାରଣ କରିଥିଲା । ଜ୍ୟୋତି ଫିଲିଙ୍ଗ ଷ୍ଟେସନ ପାଖରେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସରକାରୀ ନିଦେ୍ର୍ଦଶ ନମା ଥିଲେ ମଧ୍ୟ କାର୍ଯ୍ୟ କରିପାରୁ ନାହିଁ । ପ୍ରଶାସନ ତରଫରୁ ମଧ୍ୟ କ୍ଷୁଦ୍ର ଶିଳ୍ପ ପାଇଁ କୌଣସି ପ୍ରକାର ସହଯୋଗ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଏମିତିକି ଜ୍ୟୋତି ଫିଲିଙ୍ଗ ଷ୍ଟେସନ କର୍ଯ୍ୟସ୍ଥଳିକୁ ମାଟି ନେଇ ଆସିଥିବା ଗାଡ଼ିକୁ ବିରୋଧ କରୁଥିବା ଲୋକମାନେ ଘଉଡାଇ ଦେବା ସହିତ ଗାଡ଼ି ଚାଳକକୁ ମାଡ଼ ମାରିଛନ୍ତି । ଫଳରେ କମ୍ପାନୀ କାର୍ଯ୍ୟ ପୁଣି ବନ୍ଦ ହୋଇଛି । ଆଗାମୀ ଦିନରେ ଯଦି ଏହି ଅବସ୍ଥା ଲାଗିରହେ ଅଥବା ପ୍ରଶାସନ ତରଫରୁ କ୍ଷୁଦ୍ର ଶିଳ୍ପ ପାଇଁ ସହଯୋଗ ନମିଳେ ତେବେ ଆଗାମୀ ଦିନରେ ଏହା ବନ୍ଦ ହୋଇଯିବା । ଆସୁଥିବା ଥିବା ନିଯୁକ୍ତିକୁ ସ୍ଥାନୀୟ ଲୋକ ହାତ ଛଡା କରିବେ । ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରି କମ୍ପାନୀକୁ କାର୍ଯ୍ୟ କରିବା ପାଇଁ ସହଯୋଗ କରିବା ବଦଳରେ ଚୁପ ବସିଛି ।