ନିମ୍ନମାନର କାର୍ଯ୍ୟ, ଭୁଶୁଡ଼ିଲା ଗାର୍ଡୱାଲ୍
ନିଶ୍ଚିନ୍ତକୋଇଲି: ନିମ୍ନମାନର କାର୍ଯ୍ୟ ଯୋଗୁଁ ଧସିଲା ଗାର୍ଡୱାଲ୍ । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସୁରେଶ୍ୱର ସି୍ଥତ କଟିକଟା-ଜୟପୁର ପୂର୍ତ୍ତବିଭାଗ ରାସ୍ତାରେ ନିର୍ମାଣ ହୋଇଥିବା ୧୯ ନଂ ଡ୍ରେନେଜ୍କଟ୍ ସେତୁର ଗାର୍ଡୱାଲଟି ସାମାନ୍ୟ ବର୍ଷାରେ ଭୁଶୁଡି ପଡ଼ିଥିବା ଜଣାପଡିଛି । ଏହି କାର୍ଯ୍ୟଟି କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଅଧିନରେ ଯାଉଥିବାରୁ ଠିକାଦାରକୁ ସୁଆଇଲା ଭଳି ବିଭାଗୀୟ ଅଧିକାରୀମାନେ ନିଜ ପକେଟକୁ ଗରମ କରି ଏପରି ଭାବେ ଏହି ନିମ୍ନମାନର କାର୍ଯ୍ୟ କରି ସାଧାରଣ ଜନତାଙ୍କ ଟିକସ ଅର୍ଥକୁ ଶୋଷଣ କରୁଛନ୍ତି ତାହା ସ୍ପଷ୍ଟ ଭାବେ ଏହି କାର୍ଯ୍ୟରୁ ଜଳ ଜଳ ହୋଇ ଦେଖାଯାଉଛି । ଠିକାଦାରକୁ ସନ୍ତୁଷ୍ଟ କରିବା ସହ କେତେକ ସ୍ଥାନୀୟ କୁଜି ନେତାଙ୍କୁ ସନ୍ତୁଷ୍ଟ କଲା ଭଳି ନିମ୍ନମାନର କାମ କରି ବାହାବାହା ନେଉଛି । ହେଲେ କାମ ସରିଯାଇଛି ଗାର୍ଡୱାଲ୍ର ସାମାନ୍ୟ ଝିପି ଝିପି ବର୍ଷାରେ ଅତଡା ଖସିଯାଇଛି । ଜନସାଧାରଣ ଏହି କାର୍ଯ୍ୟକୁ ଦେଖିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ । ସେମାନଙ୍କୁ ଗଣମାଧ୍ୟମର ପ୍ରତିନିଧି ଫୋନ୍ କଲେ ମଧ୍ୟ ଜେଇ ଫୋନ୍ ଉଠାନ୍ତି ନାହିଁ । ୩୭ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଏହି ପୋଲ ଓ ଗାର୍ଡୱାଲ୍କୁ ମାହାଙ୍ଗା ବିଧାୟକ ଗତ ୧୦.୦୨.୨୦୨୫ ରିଖରେ ଶୁଭ ଶିଳାନ୍ୟାସ କରିଥିଲେ । କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ଏବେ ପଥର ଧସିବାକୁ ଆରମ୍ଭ କଲାଣି । ଲଗାଣ ବର୍ଷା ହେଲେ ଏହାର ଅବସ୍ଥା କ’ଣ ହେବ ତାହା ସମୟ କହିବ । ଏଥିପ୍ରତି ମୁଖ୍ୟମନ୍ତ୍ରୀ, ପୂର୍ତ୍ତ ବିଭାଗର ମୁଖ୍ୟଅଧିକାରୀ ଓ ବିଧାୟକ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।