୪୦୭କୁ ଧକ୍କା ଦେଲା କଣ୍ଟେନର; ଗାଡ଼ି ଚଳାଚଳ ଠପ
ପାଣିକୋଇଲି: ଏହି ଥାନା୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡା ବ୍ରିଜ ଉପରେ ଇଟା ବେଝେଇ ୪୦୭ ପଛରେ ଏକ କଂଟେନର ପିଟିବାରୁ ରାଜପଥରେ ଗାଡ଼ିଚଳାଚଳ ଠପ୍ ହୋଇପଡ଼ିଛି । ଖବର ମତେ ୪୦୭ଟି ରାସ୍ତା ଉପରେ ଓଲଟି ପଡିବାରୁ ଗାଡ଼ିଚଳା ପ୍ରଭାବିତ ହୋଇଥିଲା । ଧକ୍କାରେ ଚାପି ହୋଇରହିଥିବା କଂଟେନରର ଚାଳକକୁ ଆମେ ଅପଣଙ୍କ ପାଇଁ ହେଲପିଂଗ ଗୁପର ସଦସ୍ୟ ପହଁଚି ଗାଡିରୁ ବାହାର କରି ଜାତୀୟ ରାଜପଥ ପେଟ୍ରୋଲିଂଗ ଗାଡିରେ ଯାଜପୁର ମୁଖ୍ୟ ଚିକ୍ିସôାଳୟକୁ ପଠାଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ ଯୋଗୁ ପୁଲିସ ବା ଅଗ୍ନିଶମ ବିଭାଗ କାହାରି ଦେଖା ନମିଳିବାରୁ ଦୀର୍ଘ ୪ ଘଂଟାରୁ ଉର୍ଦ୍ଧ ସମୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ପାଣିକୋଇଳି ପୁଲିସ ପହଁଚିଥିଲେ ବି ନିରୁପାୟ ହୋଇରହିଛି । ରାସ୍ତା ଉପରେ ଇଟା ସବୁ ଛିଟିକୁ ପଡିଥିବାରୁ ଯାତାୟତ ସମ୍ଭବ ହେଉନାହିଁ । ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି ।