ନିର୍ଦ୍ଧାରିତ ସମୟରେ ଆସୁନାହାନ୍ତି ବ୍ୟାଙ୍କ କର୍ମଚାରୀ ଖରାରେ ହନ୍ତସନ୍ତ ହେଉଛନ୍ତି ଗ୍ରାହକ

କାଳିଆପାଣି: ଭୀଷଣ ଗରମ ଆଉ ଗୁଳୁଗୁଳି ଲାଗି ରହିଛି । ଗରମ ଗୁଳୁଗୁଳିରୁ ରକ୍ଷାପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିିବା କଥା କୁହାଯାଉଛି । ହେଲେ କାଳିଆପାଣି ଖଣି ଅଞ୍ଚଳରେ ଥିବା ୟୁନିଅନ ବ୍ୟାଙ୍କ କର୍ତୁପକ୍ଷଙ୍କ ଗ୍ରାହକଙ୍କ ଚିନ୍ତା ଟିକେବି ଥିବା ପରିଲାଗୁନି । ଯେଉଁଥି ପାଇଁ ଗୁଳୁଗୁଳି ଓ ଖରାରେ ଗ୍ରାହକ ହନ୍ତସନ୍ତର ସମ୍ମୁଖୀନ ହେଉଛନ୍ତି । 
କାଳିଆପାଣି ଠାରେ ଥିବା ୟୁନିଅନ ବ୍ୟାଙ୍କ ଶାଖାରେ ସକାଳ୧୦ଟା ପୂର୍ବରୁ ଏହାର ଗ୍ରାହକ ମାନେ ଧାଡ଼ିବାନ୍ଧି ଠିଆ ହୋଇଥିଲେ । ଶାଖା ଖୋଲିବା ସମୟ ସକାଳ ୧୦ଟା ଲେଖା ଯାଇଥିବା ବେଳେ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ବ୍ୟାଙ୍କର ମୁଖ୍ୟଦ୍ୱାର ଖୋଲା ଯାଇନଥିଲା । ଦୀର୍ଘ ସମୟ ଧରି ଭୀଷଣ ଗରମ ଆଉ ଗୁଳୁଗୁଳି ସତ୍ୱେ ଗ୍ରହକମାନେ ବାଧ୍ୟହୋଇ ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିଲେ । ତେବେ ଗ୍ରାହକ ମାନେ ବ୍ୟାଙ୍କ ଖୋଲିବାରେ ବିଳମ୍ବ କାହିଁକି ବୋଲି ପଚାରିବାରୁ ଜଣେ କର୍ମଚାରୀ କହିଥିଲେ ବ୍ୟାଙ୍କ ଅଧିକାରୀ କେହି ଏପର୍ଯ୍ୟନ୍ତ ଆସିନାହାନ୍ତି । ସେ ଆସିଲେ ଗେଟ ଖୋଲାଯିବ ଏବଂ ଆପଣମାନେ ଧର୍ଯ୍ୟଧରି ଅପେକ୍ଷା କରନ୍ତୁ । ତେବେ ଏହି ବ୍ୟାଙ୍କର ଶାଖା ଠାରୁ ଦୀର୍ଘ ୧୦ କିଲୋମିଟର ଦୂର ଖୁଣ୍ଟା ପସି ଗାଁର ୭୦ବର୍ଷ ବୟସ୍କ ବୃଦ୍ଧ ସହଦେବ ଖରାରେ ଚାଲିଚାଲି ଆସି ଠିଆ ହୋଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ବ୍ୟାଙ୍କ ବାଲା ଜାଣି ଶୁଣି ଗରିବ ଲୋକଙ୍କୁ ଖରାରେ ଠିଆ କରି ହଇରାଣ କରୁଥିବାର ଅଭିଯୋଗ ଆଣିଥିଲେ । ତେବେ ଏହା କେବଳ ଯେ ଆଜିର ଦୃଶ୍ୟ ତାନୁହଁ ଏଠାରେ ଅପେକ୍ଷାରେ ରହିଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି ଯେ ଏହା ଏଠାକାର ନିତିଦିନିଆ ଘଟଣା । ବ୍ୟାଙ୍କର କର୍ମଚାରୀ ଉଚିତ ଢଙ୍ଗରେ ସେବା ଯୋଗାଇ ଦେବା ସହିତ ଭୀଷଣ ଗୁଳୁଗୁଳି ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।