ନିର୍ବାଚନକୁ ବିତିଲାଣି ଅଢେଇ ବର୍ଷ  , ଖାଲି ପଡିଛି ୱାର୍ଡମେମ୍ବର ପଦବୀ

ଗୋପ: ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳର ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ନିମନ୍ତେ ବିଭିର୍ନ୍ନ ପଦବୀ ଗୁଡିକ ଲୋକ ପ୍ରତିନିଧିଙ୍କୁ ତାଙ୍କ ଦ୍ୱାରା ନିର୍ବାଚିତ କରାଯାଇଥାଏ । ତକôାଳୀନ ସରକାରଙ୍କ ସମୟରୁ ଆଜିପର୍ଯ୍ୟନ୍ତ ଓଡିଶାରେ ଥିବା ପଞ୍ଚାୟତର ବିଭିନ୍ନ ଲୋକ ପ୍ରତିନିଧିଙ୍କ ପଦବୀରେ ନିର୍ବାଚନ ହୋଇନାହିଁ । ଠିକ ସେହିପରି ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅଧିନ ୩୧ରୁ ଏକାଧିକ ପଞ୍ଚାୟତରେ ଅନେକ ୱାର୍ଡ ମେମ୍ବର ପଦରେ ନିର୍ବାଚନ ହୋଇନାହିଁ । ଗୋପ ବ୍ଲକ୍ ଗଣେଶ୍ୱରପୁର ପଞ୍ଚାୟତରେ ୨୪ ଟି ୱାର୍ଡ ମଧ୍ୟରୁ ୨୧ ଟି ରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ୩ ଟି ୱାର୍ଡ ରେ ନିର୍ବାଚନ ହୋଇନାହିଁ । ପଞ୍ଚାୟତର ହାଟସାହି ୭ ନମ୍ବର ୱାର୍ଡଟି (ଆଦିବାସୀ) ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ସେଠାରେ କୌଣସି ଅଧିବାସୀ ପ୍ରାର୍ଥୀ ନ ଥିବା ହେତୁ ନିର୍ବାଚନ ହୋଇ ନଥିଲା । ଦ୍ୱତୀୟ ଟି ହେଉଛି ହେଉଛି ଓଡ଼ମ୍ବା ୧୧ ନଂ ୱାର୍ଡ ହରିଜନ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ସେଠାରେ କେହିଁ ଜଣେ ବି ନାମାଙ୍କନ କରି ନଥିଲେ । ଠିକ୍ ସେମିତି ଲୁଣହରା ଗ୍ରାମର ୨୧ ନମ୍ବର ୱାର୍ଡ ଟି ହରିଜନ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଥିବା ହେତୁ କୌଣସି ବ୍ୟକ୍ତି ସେଠାରେ ନାମାଙ୍କନ କରି ନ ଥିଲେ । ଆଡେଇବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପଞ୍ଚାୟତରାଜ୍ ବିଭାଗୀୟ ଅଧିକାରୀ ଓ ନେତା କେହିଁ ବି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି କ୍ଷ ଏହାଦ୍ୱାରା କଣ ହେଉଛି ନା ଉକ୍ତ ୱାର୍ଡ ସାଧାରଣ ଜନତାମାନେ ସରକାରଙ୍କ ସମସ୍ତ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟରୁ ବଞ୍ଚିତ ହେଉଛନ୍ତି ।
ଏମିତି ଗୋପ ବ୍ଲକ୍ରେ ଏକାଧିକ ପଞ୍ଚାୟତରେ ୱାର୍ଡ ମେମ୍ବରଙ୍କ ପଦବୀ ଖାଳିପଡିଛି । ଏ ସମ୍ପର୍କରେ ଆମ ପ୍ରତିନିଧି ବ୍ଲକ୍ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ କୁମର ଜେନାଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ଏହା କେବଳ ଗୋପ ବ୍ଲକ କ୍ଷେତ୍ରରେ ନୁହେଁ, ବରଂ ସମଗ୍ର ଓଡିଶାରେ ଥିବା ପଞ୍ଚାୟତ ଗୁଡିକରେ ନିର୍ବାଚନ ହୋଇ ନାହିଁ । ବିଡିଓ ଛବିରାଣୀ ସାହୁ କହିଥିଲେ ଯେ, ସେ ଆସିବା ପରଠୁ ଖାଲି ପଡ଼ିଥିବା ପଦବୀ ଓ ମୃତୁ୍ୟ ବରଣ କରିଥିବା ଲୋକ ପ୍ରତିନିଧିଙ୍କ ସ୍ଥାନରେ ପୁନଃ ନିର୍ବାଚନ କରିବାପାଇଁ ସରକାରଙ୍କୁ ଜଣାଇଛି । ପଞ୍ଚାୟତ ରାଜ ଅଧିନିୟମ ଅନୁଯାୟୀ ପଞ୍ଚାୟତ ନିର୍ବାଚନର ୬ ମାସ ମଧ୍ୟରେ ଯଦି କୌଣସି କାରଣ ବଶତଃ ନିର୍ବାଚନ ହୋଇ ନଥାଏ ସେଠାରେ ଡି ରିଜର୍ଭ ଘୋଷଣା ହୋଇଥାଏ । ତାପରେ ସେଠାରେ ନିର୍ବାଚନ କରାଯାଇଥାଏ ।  କିନ୍ତୁ ନୂତନ ସରକାରଙ୍କ ଆଗମନ ପରେ ବି ନିର୍ବାଚନ ହୋଇନାହିଁ । ପଞ୍ଚାୟତ ନିର୍ବାଚନ ଆଜିକୁ ଦୁଇ ବର୍ଷ ୧୧ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସେହିପରି ଗୋପ ବ୍ଲକର ୩୧ ଟା ପଞ୍ଚାୟତରୁ ପ୍ରାୟ ୪୦ ୱାର୍ଡ ମେମ୍ବର ପଦବୀ ଡି. ରିଜର୍ଭ ହୋଇ ପଡିଛି ବା ସେଠାରେ ନିର୍ବାଚନ ହୋଇନାହିଁ । ସେଥିମଧ୍ୟରୁ ୩ ଜଣ ଲୋକ ପ୍ରତିନିଧିଙ୍କ ମୃତୁ୍ୟ ହୋଇଥିବା ବେଳେ, ଅବଶିଷ୍ଟ ପଦବୀ ଗୁଡିକ ପୁର୍ବ ଜନଗଣନା ଅନୁଯାୟୀ ସଂରକ୍ଷିତ ବ୍ୟବସ୍ତାରେ ରହିଥିବାରୁ ତାହା ପରିବର୍ତ୍ତନ କରାଯାଇନାହିଁ । ପୂର୍ବରୁ ଯେଉଁଠି ସବୁ ସଂରକ୍ଷିତ ବ୍ୟକ୍ତି ବିଶେଷଙ୍କ ପାଇଁ ଉଦିଷ୍ଟ ଥିଲା ଏବେ ଆଉସେହିଁ ସ୍ଥାନରେ ସେ ଶ୍ରେଣୀର କେହି ନାହାନ୍ତି ଯାହାଫଳରେ କୀ ସେତେବେଳେ ସେଠାରେ କୌଣସି ପ୍ରାର୍ଥୀ ବା ପ୍ରାର୍ଥନୀ ନାମାଙ୍କନ ହୋଇ ନଥିଲା । ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, ନିର୍ବାଚନ ସରିବା ୩ ବର୍ଷ ହେବାକୁ ଯାଉଥିବା ବେଳେ, କାହିଁକି ସେଠାରେ ନିର୍ବାଚନ ହୋଇନାହିଁ । ଯେଉଁ ୱାର୍ଡ ହରିଜନ କିମ୍ବା ଆଦିବାସୀଙ୍କ ସଂଖ୍ୟା କମ୍ ଥିବ ସେଠାରେ ସାଧାରଣ ବର୍ଗ କରିଦେଲେ ସମସ୍ତ ବର୍ଗର ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ଅଂଶ ଗ୍ରହଣ କରିପାରନ୍ତେ ବୋଲି ଗଣେଶ୍ୱରପୁର ପଞ୍ଚାୟତର ଓଡମ୍ବା ଗ୍ରାମ ଯୁବନେତା ପ୍ରଶାନ୍ତ କୁମର ସ୍ୱାଇଁ କହିଛନ୍ତି ।