ବୁ୍ୟରୋକ୍ରାଟ ବିରୋଧରେ ସ୍ୱର ମୌଳିକ ଅଧିକାର

 ଯାଜପୁର : ଆମଦେଶରେ ଆଇନ ରହିଛି କେବଳ ଦୁର୍ନୀତି, ଅନୀତି ଓ ଭ୍ରଷ୍ଟ ଅତ୍ୟାଚାରୀଙ୍କୁ ଦଣ୍ଡ ଦେବା ପାଇଁ । ଦେଶର ସ୍ୱାଧିନତାର ଅନେକ ବର୍ଷ ପରେ ଜନସାଧାରଣଙ୍କୁ ଉପଯୁକ୍ତ ସମ୍ମାନ ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏବେ ବି ସରକାର  ପ୍ରଶାସକଙ୍କୁ  ବାରମ୍ବାର ପରାମର୍ଶ ଦେବାକୁ ପଡୁଛି ବୋଲି ଅଖିଳଚକ୍ର ପକ୍ଷରୁ ଆୟୋଜିତ ଏକ ଭରଚୁଆଲ ଆଲୋଚନାରେ ବିଶିଷ୍ଠ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଅଖିଳଚକ୍ରର ସଭାପତି ରାଜ୍ୟବର୍ଦ୍ଧନ ଧଳମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମ୍ପାଦକ ହରେକୃଷ୍ଣ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ ଆଜି ଶାସକ, ପ୍ରଶାସକ ଓ ଆଇନ ମଧ୍ୟରେ ଯେଉଁ ବ୍ୟତିକ୍ରମ ଦେଖା ଦେଇଛି ତାର ନିରାକରଣ ପାଇଁ ଆମେ ସାମ୍ବିଧାନିକ ମୂଲ୍ୟବୋଧ ସହ ପ୍ରଶାସକଙ୍କ ସ୍ଥିତିକୁ ସମୀକ୍ଷା କରିବା ଉଚିତ । ଆମ ସମ୍ବିଧାନିକ ମୂଲ୍ୟବୋଧ ସ୍ପଷ୍ଟ କରେ ଯେ ଆମ ଦେଶର ପ୍ରତ୍ୟେକ ନାଗରୀକ ସମ୍ମାନ ଓ ସେମାନଙ୍କ ପାଇଁ ଥିବା ନ୍ୟାୟର ବ୍ୟତିକ୍ରମ ନଘଟୁ । ଏଥିରେ ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ସୁବାସ ଚନ୍ଦ୍ର ସାହାଣୀ, ପଣ୍ଡି ମହେଶ୍ୱର ନନ୍ଦ, ସାମ୍ବାଦିକ ଅଜୟ କୁମାର ଦାସ, ଗୈ÷ାରାଙ୍ଗ ସ୍ୱାଇଁ, ମୀନାକ୍ଷୀ ଦ୍ୱିବେଦୀ, ରବୀନ୍ଦ୍ର କୁମାର ପରିଡା, ଶରତ କୁମାର ନାୟକ, ସନ୍ତୋଷ ବେହୁରିଆ, କବି ଧନେଶ୍ୱର ରାଉତ, ଶିକ୍ଷା ମହାପାତ୍ର, ଡଃ ଶ୍ରୀହରି ଧଳ ପ୍ରମୁଖ ମତଉପସ୍ଥାପନ କରି ଆଜିର ବିପର୍ଯ୍ୟସ୍ତ ଆଇନ ରକ୍ଷା କରିବାରେ ପ୍ରଶାସକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।