ଅଫିମ ଜବତ ଘଟଣାରେ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ


ାା ପ୍ରଭାନୁ୍ୟଜ ।ା ଯାଜପୁର: ଧର୍ମଶାଳା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ବଙ୍ଗାଳୀ ସାହିର ୬୬ବର୍ଷୀୟ ବୃଦ୍ଧ ବାସୁଦେବ ବେହେରା ୫୨୦ ଗ୍ରାମ ଅଫିମ ବିକ୍ରି ଉଦେ୍ଦଶ୍ୟରେ ନିଜ ପାଖରେ ରଖିଥିବା ଅଭିଯୋଗ କରି ସେହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟରୁ କଟକ ଅବକାରୀ ଗୁଇନ୍ଦା ୟୁନିଟ ଗିରଫ କରିଥିଲା । ୨୦୧୮ମସିହା ଅକ୍ଟୋବର ୯ତାରିଖ ତାଙ୍କ ନାମରେ ଏନଡ଼ିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାସୁଦେବଙ୍କୁ ଯାଜପୁର ଏସଡ଼ିଜେଏମଙ୍କ ଅଦାଲତକୁ ଚାଲାଣ କରାଯାଇଥିଲା । ଏହି ମାମଲାର ଏତଲାକାରୀ ତଥା ତଦନ୍ତକାରୀ ଅଧିକାରୀ ଥିବା ଅବକାରୀ ସବ ଇନ୍ସପେକ୍ଟର କମଳ ଲୋଚନ ପାଇକରାୟ ଜବତ ସାମଗ୍ରୀର ନମୁନା ରାଜ୍ୟ ଅବକାରୀ ପରୀକ୍ଷାଗାରକୁ ପଠାଇବା ସହ ତଦନ୍ତ ଶେଷରେ ଅଭିଯୁକ୍ତଙ୍କ ନାମରେ ଯାଜପୁର ଜିଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜଙ୍କ ଅଦାଲତରେ ନାର୍କୋଟିକ୍ ଡ୍ରଗ୍ସ ସାଇକୋଟ୍ରପିକ୍ ସବଷ୍ଟାନ୍େସସ୍ (ଏନଡ଼ିପିଏସ) ଆକ୍ଟ-୧୯୮୫ର ଧାରା ୧୮(ଗ) ଆଧାରରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ଏହି ମାମଲା(୨)(ଏ)ସିସି ନମ୍ବର୦୨/୨୦୧୮)ର ବିଚାର ସମୟରେ ସରକାରଙ୍କ ପକ୍ଷରୁ ତଦନ୍ତକାରୀ ଅଧିକାରୀଙ୍କ ସମେତ ମୋଟ ତିନି ଜଣ କୋର୍ଟରେ ସାକ୍ଷ ପ୍ରଦାନ କରିଥିବା ବେଳେ ପ୍ରତିପକ୍ଷଙ୍କ ପକ୍ଷରୁ ଅଭିଯୁକ୍ତଙ୍କ ସମେତ ମୋଟ ଚାରି ଜଣ ସାକ୍ଷ ପ୍ରଦାନ କରିଥିଲେ । ତେବେ ସମସ୍ତ ସାକ୍ଷୀଙ୍କ ବୟାନ ଏବଂ କୋର୍ଟରେ ଉଭୟ ପକ୍ଷଙ୍କ ତରଫରୁ ଦାଖଲ ଦସ୍ତାବିଜକୁ ବିଚାରକୁ ନେଇ ମାନ୍ୟବର ଯାଜପୁର ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଅଭିଯୁକ୍ତ ବାସୁଦେବ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ କୌଣସି ଆପାତତଃ ପ୍ରଣାମ ନପାଇ ଅପରାଧିକ ଦଣ୍ଡ ପ୍ରକ୍ରିୟା ସଂହିତାର ଧାରା ୨୩୫(୧) ଅନୁସାରେ ଆଜି ଏହି ମାମଲାରୁ ତାଙ୍କୁ ଦୋଷମୁକ୍ତ କରିବା ସହ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଚଣ୍ଡିଖୋଲ କୋର୍ଟର ବରିଷ୍ଠ ଆଇନୀଜୀବୀ ଉଦୟନାଥ ସାହୁ ଏବଂ ଯାଜପୁର କୋର୍ଟର ବରିଷ୍ଠ ଆଇନୀଜୀବୀ ହିମାଂଶୁ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ ।