ନୂଆ ରୂପ ନେବ ନୂଆଗଡ଼ ମାଛଧରା ବନ୍ଦର

 କାକଟପୁର: ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ନୂଆଗଡ ମାଛଧରା ବନ୍ଦର ନୂଆ ରୂପ ନେବାକୁ ଯାଉଛି । ଜଗତସିଂହପୁରର ସାଂସଦ ବିଭୁପ୍ରସାଦ ତରାଇଙ୍କ ସଫଳ ଉଦ୍ୟମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟରୁ ବିକଶିତ ଭାରତର ସ୍ୱପ୍ନ ଯୋଗୁଁ ଅସ୍ତରଙ୍ଗର ନୂଆଗଡ ମାଛଧରା ବନ୍ଦର ଏକ ବୃହତ ମାଛଧରା ବନ୍ଦରରେ ପରିଣତ ହେବ । ପ୍ରଧାନମନ୍ତ୍ରୀ ମସô୍ୟସମ୍ପଦ ଯୋଜନା (ପିଏମଏମ ଏସୱାଇ)ରେ କେନ୍ଦ୍ର ମସô୍ୟ ବିଭାଗ ପକ୍ଷରୁ ମାଛଧରା ବନ୍ଦରକୁ ୧୭୯ କୋଟି ନବେ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି  । ଏହି ବନ୍ଦର ପୂର୍ଣ୍ଣାଙ୍ଗ ରୂପ ନେବାପାଇଁ ୨୦୨୫ ମସିହା ନଭେମ୍ବର ମାସ ୨୯ ତାରିଖ ମଧ୍ୟରେ ଶେଷ ହେବାପାଇଁ ଧାର୍ଯ୍ୟ କରାଯାଇଛି । ଏହି ମାଛଧରା ବନ୍ଦର ପୂର୍ଣ୍ଣାଙ୍ଗ ହେଲେ ଅଞ୍ଚଳର ପ୍ରାୟ କୋଡିଏ ହଜାର ପାରମ୍ପରିକ ଓ ବୃତ୍ତିଗତ ମସô୍ୟଜୀବୀ ଉପକୃତ ହୋଇପାରିବେ ବୋଲି ଓଡିଶା ମସô୍ୟଜୀବୀ ମହାସଂଘର ସଭାପତି ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି  । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ ସାଂସଦ ତରାଇଙ୍କର ସଂସଦରେ ବଳିଷ୍ଠ ଦାବି ଉପସ୍ଥାପନା ଯୋଗୁଁ ଏହା ସାକାର ହୋଇପାରିଛି ବୋଲି ପ୍ରକାଶ କରିବା ସହିତ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ  ।