ନୂଆପଡାରେ ୫୬ଟି ନୂଆ ମତଦାନ କେନ୍ଦ୍ର

ନୂଆପଡାରେ ମୋଟ ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି ।  ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ସହରାଞ୍ଚଳରେ ୩୬ଟି ଓ ଗ୍ରାମାଞ୍ଚଳରେ ୩୨୨ଟି ମତଦାନ କେନ୍ଦ୍ର । ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ
ଭାବେ ରଖି ଭୋଟର ଚିଠାର ତାଲିକା ପ୍ରସ୍ତୁତ । ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି ।