ନୂତନ ଆଇଆଇସିଙ୍କ ଯୋଗଦାନ

 ବଡ଼ସାହି : ବଡ଼ସାହି ଥାନାରେ କିଛି ଦିନ ଧରି ଖାଲି ଥିବା ଆଇଆଇସି ପଦବୀରେ ଆଜି ସ୍ୱର୍ଣ୍ଣଲତା ମିଞ୍ଜ ଯୋଗ ଦେଇଛନ୍ତି । ପୂର୍ବରୁ ଅବସ୍ଥାପିତ ଅଧିକାରୀ ଉମାଶଙ୍କର ନାୟକଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହେବା ପରେ ଏହି ପଦ ଖାଲି ରହିଥିଲା । ନୂତନ ଆଇଆଇସି ପୂର୍ବରୁ ମୟୂରଭଞ୍ଜରେ ଥିବା ବେଳେ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ପୁଣି ତାଙ୍କୁ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥାପିତ କରାଯାଇଛି । ସେ ଦକ୍ଷତାର ସହିତ ପୂର୍ବରୁ ବିଭିନ୍ନ ଥାନାରେ ଅଧିକାରୀ ଭାବେ ଅଧିଷ୍ଠିତ ରହି କାର୍ଯ୍ୟ ନିର୍ବାହ କରିଛନ୍ତି । ବଡ଼ସାହି ଥାନାକୁ ମଧ୍ୟ ଶୃଙ୍ଖଳାର ସହିତ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶାବ୍ୟକ୍ତ କରାଯାଉଛି । ସେହିପରି ବେତନଟୀ ଏସଡିପିଓ  ଭାବେ ମିନତୀ ବିଶ୍ୱାଳ ଯୋଗଦେଇଥିବା ବେଳେ ସାଧାରଣରେ ଉଚିତ୍ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି । ଉଭୟ ଅଧିକାରୀଙ୍କୁ ବଡ଼ସାହି ପ୍ରେସ କ୍ଳବ୍ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।