ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ନୂଆପଡା: ସ୍ଥାନୀୟ ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୩ତମ ମିଳିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେଶ କୁମାର ଦଣ୍ଡସେନା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀ,ସାଙ୍ଗଠନିକ ସଂପାଦକ ଗୌରୀ ଶଙ୍କର ଦୁବେ , ଉଭୟ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସମ୍ରାଟ ପାତ୍ର ଓ ନରୋତ୍ତମ ସିଂହ ଠାକୁର ମଞ୍ଚାସୀନ ରହି ଶାରୀରିକ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଶିକ୍ଷକ ଗୌରାଙ୍ଗ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଯୁଗ୍ମ ସାଙ୍ଗଠନିକ ସଂପାଦକ ପ୍ରଣବ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶାରୀରିକ ଶିକ୍ଷା ଶିକ୍ଷକ ରତନ ସିଂ ବାରିକ, କୃପାସିନ୍ଧୁ ମେହେର,ଶିକ୍ଷକ ଧନଞ୍ଜୟ ଦଣ୍ଡସେନା ଓ ଗଜିନ୍ଦ୍ର ହରିଜନଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ ମାନେ ମା ସମଲେଶ୍ୱରୀଙ୍କ ପୀଠରୁ ମଶାଲ ଆଣି ପଡିଆରେ ସ୍ଥାପନ କରିଥିଲେ । ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଶିକ୍ଷକ ଅଶୋକ କୁମାର ବେହେରା ଓ ମାନସ ରଞ୍ଜନ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଶାନ୍ତ କୁମାର ପଣ୍ଡା, ପ୍ରଭୁଦତ୍ତ ପୁରୋହିତ, ନୀଳିମାରାଣୀ ସାଗର, ରୁଦ୍ରାକ୍ଷ ବିଶି, ରାଜଶ୍ରୀ ଦଣ୍ଡସେନା, ସପନ ବାରିକ , ନିରଞ୍ଜନ ବିଶ୍ୱାଳ, ସାଗର ବାଗ ଜ୍ୟୋତିର୍ମୟୀ ପୋଡ଼, ସୁନୀତା ରଥ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଛାତ୍ରୀ ଦିଶାମୟୀ ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଉଭୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।