ଡିସେମ୍ବର ୧୩ରେ ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟିର ନେସନାଲ କନଫରେନ୍ସ

 ସମ୍ବଲପୁର : ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି ତରଫରୁ  ସମ୍ବଲପୁରଠାରେ ଆସନ୍ତା ଡିସେମ୍ବର ୧୩-୧୪ ତାରିଖରେ ଏକ ନେସନାଲ କନଫରେନ୍ସ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଠାରେ  ସ୍ଥାନୀୟ ଚିକିସôକ ଏବଂ ସଂଗଠକ ମାନଙ୍କୁ ନେଇ ଏକ ସଂଗଠକ କମିଟି ଗଠନ କରାଯାଇଛି । ସେଥିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶଲ୍ୟ ଚିକିସôକ ପ୍ରଫେସର ଏମିରେଟସ ପୁନେ ଡି.ୱାଇ. ପାଟିଲ ବିଶ୍ୱ ବିଦ୍ୟାଳୟ ତଥା  ସୋସାଇଟିର ସ୍ଥାୟୀ ସଭାପତି ପ୍ରଫେସର ଡା. ଚତୁର୍ଭୁଜ ଭୂୟାଁ ଚେୟାରମ୍ୟାନ, ଡା. ଅନନ୍ତ ଆଚାର୍ଯ୍ୟ ଉପଦେଷ୍ଟା, ଡା. ନିତ୍ୟାନନ୍ଦ ସାହୁ ଓ ଗଙ୍ଗାଧର ମହାନନ୍ଦ ସଂଗଠନ ସମ୍ପାଦକ, ପ୍ରଫେସର ଅତୁଲ ପାଟିଲ (ଜାତୀୟ ) ଓ ଡା.ଦେବଦତ୍ତ ପରିଡା (ରାଜ୍ୟ) ସଂଯୋଜକ, ପ୍ରଫେସର ଡା. ବିହାରବିଦ୍ୱାଇ (ଜାତୀୟ ) ଓ ଡା. ନୀଳାଦ୍ରି ବେହେରା (ରାଜ୍ୟ) ଅର୍ଥବିଭାଗ, ପ୍ରଫେସର ଶାନ୍ତନୁ ଦାସ ଓ ଡା.ବିନୋଦବିହାରୀ ନାୟକ ବିଜ୍ଞାନ ଆଲୋଚନା ସଚିବ, ଡା. ରାସକୀର୍ତ୍ତି ରଞ୍ଜନ ଭୂୟାଁ, ଡା. ତାପସୀ ପ୍ରିୟଦର୍ଶିନୀ ମହାନ୍ତି, ଡା.ଋତୁ ପର୍ଣ୍ଣା ବିଶ୍ୱାଳ ହେଲଥ ମେଡିକନ ଜର୍ଣ୍ଣାଲ ସମ୍ପାଦକ ମଣ୍ଡଳୀ ଭାବେ ଚୟନ କରାଯାଇ କର୍ମଶାଳା କାମ ଚାଲୁ ରହିଛି ।
 ଏହି ପ୍ରସଙ୍ଗରେ ସମ୍ବଲପୁର ଅଇଁଠାପାଲିରେ ପ୍ରାୟତଃ ୨୦ଜଣ ସ୍ଥାନୀୟ ଡାକ୍ତର ମାନଙ୍କୁ ନେଇ ଏକ ପ୍ରୋକ୍ଟୋଲୋଜି ଶିକ୍ଷା ଓ କର୍ମଶାଳା କରାଯାଇଛି । ମାଝିପାଲିରେ ଥିବା ସରକାରୀ ହୋମିଓପ୍ୟାଥି ମେଡିକାଲ କଲେଜ, ବଲାଙ୍ଗୀର ଆୟୁର୍ବେଦିକ କଲେଜ ଓ ପାଇକମାଲ ଆୟୁର୍ବେଦିକ କଲେଜ ଏବଂ ଅନୁସନ୍ଧାନ ଅନୁଷ୍ଠାନ ଶିକ୍ଷକ, ଛାତ୍ରଛାତ୍ରୀ, ସ୍ଥାନୀୟ ଗବେଷକ, ଇଞ୍ଜିନିୟରମାନଙ୍କୁ ଜାତୀୟ ସମ୍ମିଳନୀ ସମ୍ବନ୍ଧରେ ସଂଗଠକ କମିଟି ପକ୍ଷରୁ ନେସନାଲ କନଫରେନ୍ସ ବିଷୟରେ ସଚେତନ କରାଯାଉଛି ।