ନୈତିକ ଶିକ୍ଷା ହେଉଛି ଚରିତ୍ର ଗଠନର ମୂଳମନ୍ତ୍ର
ଭଦ୍ରକ : ଛାତ୍ର ଜୀବନର ପ୍ରଥମ ସୋପାନ ପରିବାରର ବାପା ମା’ଙ୍କଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରକୃତ ମାର୍ଗ ଦର୍ଶନର କ୍ଷେତ୍ର । ସେଥିପାଇଁ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳିକୁ ବିକଶିତ କରିବା ସହିତ ଭବିଷ୍ୟତ ଜୀବନର ପ୍ରେରଣା ଯୋଗାଇ ଦେବା ପାଇଁ ବିଦ୍ୟାଳୟମାନଙ୍କରେ ବିଭିନ୍ନ ଶୈଖିକ ଉସôବ ପୂର୍ବକ ବାର୍ଷିକ ମହୋସôବ, କ୍ରୀଡ଼ା ଏବଂ ସଂଗୀତ ଆଦି ପ୍ରତିଯୋଗିତା କରାଯାଇଥାଏ ।
ଏହାକୁ ଭିତ୍ତିକରି ଭଦ୍ରକ ଚରମ୍ପା ଷ୍ଟେସନ ନିକଟରେ ଥିବା ଗୋପବନ୍ଧୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉସôବ ପାଳନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟର ଆଦର୍ଶ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବା ସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ୩ନଂ ୱାର୍ଡର କାଉନସିଲ ଖଗେଶ୍ୱର ବାରିକଙ୍କ ସହାୟତାକୁ ଆର୍ଥôକ ସହଯୋଗ ପୂର୍ବକ ବିଦ୍ୟାଳୟ ତରଫରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସଭା ଆରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନେ୍ଦ ଉକôଳ ଜନନୀ ଗାନ କରାଯାଇଥିଲା । ଶିକ୍ଷାବିତ୍ ତଥା ସାରସ୍ୱତ ମାଧକ ପଣ୍ଡିତ ଦୈତ୍ୟାରୀ ମହାପାତ୍ର ଦ୍ୱୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନୈତିକ ଶିକ୍ଷା ହେଉଛି ଚରିତ୍ର ଗଠନର ମୂଳମନ୍ତ୍ର । କାଉନସିଲର ଖଗେଶ୍ୱର ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତି ବିଦ୍ୟାଳୟରେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ୧୦୦୦/୫୦୦/୩୦୦ ଟଙ୍କା ଅର୍ଥରାଶି ପ୍ରଦାନ ପୂର୍ବକ ବଂଚିଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖି ଛାତ୍ରଛାତ୍ରୀମାନଙ୍କ ମନରେ ଉକôଣ୍ଠା ଓ ପ୍ରେରଣା ଯୋଗାଇବେ ବୋଲି କହିଥିଲେ । ଶିକ୍ଷକ ଆନନ୍ଦ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ରଖିଥିବାବେଳେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁବାସିନୀ ପତି ବିଶିଷ୍ଟ ଅତିଥି ଏବଂ ଶିକ୍ଷୟିତ୍ରୀ ପ୍ରଭାତୀ ସାବତ ଏବଂ ଗୀତାଞ୍ଜଳୀ ଶତପଥି ଛାତ୍ରଛାତ୍ରୀମାନେ କିପରି ଭଲ ମଣିଷ ହେବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ କିଶୋର ନାୟକ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।