ପକ୍ଷୀ ଗଣନା : ୫୬ ପ୍ରଜାତିର ପକ୍ଷୀ ଠାବ
ନୀଳଗିରି: ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁୟାରୀ ମାସରେ କୁଳଡିହା ବନବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥାଏ । ଚଳିତ ମାସ ୧୮ତାରିଖ ଦିନ କୁଲ୍ଡିହା ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ ୧୫ଜଣରୁ ଅଧିକ କର୍ମଚାରୀଙ୍କୁ ନେଇ ଖୁମକୁଟ, ଋଷିଆ, ବୁଗାଳୀ ବନ୍ଧ, ପ୍ରମୁଖ ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଛି । ତେବେ ୫୬ପ୍ରଜାତିର ପକ୍ଷୀ ଠାବ କରାଯାଇଛି । ସମୁଦାୟ ୧୦୫୦ଟୀ ପକ୍ଷୀ ଗଣନା କରାଯାଇଛି ବୋଲି ରେଞ୍ଜର ବେହେରା ସୂଚନା ଦେଇଛନ୍ତି । ଖୁମ୍କୁଟ୍ ଅଞ୍ଚଳରୁ ୧୮୮ଟି, ରିସିଆ ଅଞ୍ଚଳରୁ ୨୦୬ଟି ଓ ବୁଗାଲି ବନ୍ଧ ରୁ ୬୫୬ଟି ପକ୍ଷୀ ଠାବ କରାଯାଇଛି । ଇଣ୍ଡିଆର ଲେସର୍ ହୁଇସଲ ଡ଼କ ଚିହ୍ନଟ ହୋଇଛି ବୋଲି ବନ ବିଭାଗ ସୂଚନା ଦେଇଛନ୍ତି । ଏହି ପକ୍ଷୀ ଗଣନାରେ ଓଡ଼ିଶା ଓୟୁଏଟିର ଛାତ୍ରଛାତ୍ରୀ ଅସିତ୍ ପରିଡ଼ା, ନିହରିକା ପ୍ରଧାନ, ପ୍ରତୀକ ରଞ୍ଜିତ, ଟୀ ଗଣ ନାୟକ ଶ୍ରୀୟାନ୍ କୁମାର ଗୌଡ଼, ରଶ୍ମିରଞ୍ଜନ ସ୍ୱାଇଁ ସାମିଲ ଥିଲେ । ତେବେ ପ୍ରତିବର୍ଷ ଟୁରିଷ୍ଟ ଗାଇଡ ମୋନରଞ୍ଜନ୍ ଦାସଙ୍କୁ ବିଭାଗ ପକ୍ଷରୁ ସହଯୋଗ କରିବା ପାଇଁ ଚିଠି କରାଯାଇଥାଏ । ମାତ୍ର ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ତାଙ୍କୁ କୌଣସି ପ୍ରକାର ସହଯୋଗ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ମନୋରଞ୍ଜନ ଦାସ ବନ ବିଭାଗକୁ ସହଯୋଗ କରିଆସୁଥିବା ବେଳେ ଚଳିତ ବର୍ଷ ତାଙ୍କୁ ପକ୍ଷୀ ଗଣନାରେ ନ ଡାକିବା ପଛରେ କାରଣ କଣ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି ।