ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ପୃଷ୍ଠପୋଷକତାରେ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ଦକ୍ଷିଣବାଡ ସରପଞ୍ଚ ଶୁଶ୍ରୀ ବର୍ଷାରାଣୀ ଯେନା ମୁଖ୍ୟଅତିଥି, ଅଧ୍ୟାପକ ହରିହର ସାହୁ, ପ୍ରଶିକ୍ଷିକା ଗୌରୀ ଜେନା ଓ ଶିଳ୍ପିକା ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ କ୍ରମବର୍ଦ୍ଧିଷ୍ଣୁ ମହିଳା ଅତ୍ୟାଚାରକୁ ପ୍ରତିହତ କରିବା ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷା ଓ ଉପଯୋଗ ବଳିଷ୍ଠ ପଦକ୍ଷେପ ବୋଲି ମତ ରଖିଥିଲେ । ପ୍ରଶିକ୍ଷାର୍ଥୀ ପୂଜାରାଣୀ ଜେନା, ଜ୍ୟୋସ୍ନାରାଣୀ ବାରିକ, ସ୍ମୃତିରେଖା ପ୍ରଧାନ, ଲିପିକା ବିଶ୍ୱଦର୍ଶନୀ ନାୟକ, ଜ୍ୟୋତିର୍ମୟୀ ସାହୁ, ହରପ୍ରିୟା ଦାସ ପ୍ରଶିକ୍ଷଣ ସମ୍ପର୍କରେ ମତ ରଖିଥିଲେ । ଏହି ଶିବିରରେ ପ୍ରଶିକ୍ଷଣପ୍ରାପ୍ତ ୧୦୨ ଛାତ୍ରୀଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା । ଅଧ୍ୟାପକ ଆନନ୍ଦ ଚନ୍ଦ୍ର ନାୟକ ଅତିଥି ପରିଚୟ ଓ ସଂଯୋଜକ ଦିଲ୍ଲିପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।