କୋରେଇ ବିଜେପିର ମିଶ୍ରଣ ପର୍ବ... ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ

ବ୍ୟାସନଗର,୨୬ା୯ : ଶାସକ ବିଜେପିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଞ୍ଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ବ୍ୟାସନଗର ସ୍ଥିତ ଟାଉନ ହଲ୍‌ ଠାରେ ଏକ ମିଶ୍ରଣ ପର୍ବ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ବ୍ଲକ୍‌ ମୁଳାପାଳ, ଗୌରପୁର, ପାଟରଙ୍ଗା ପଞ୍ଚାୟତର ଶତାଧିକ ବିଜୁ ଜନତା ଦଳର କର୍ମୀ ବିଧାୟକ  ଆକାଶ ଦାସନାୟକଙ୍କ ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତ ଆଗନ୍ତୁକ ମୁଳାପାଳ ପଞ୍ଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତ୍ତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ମୁଳାପାଳ, ଗୌରପୁର, ପାଟରଙ୍ଗା ପଞ୍ଚାୟତରେ ବିଜେପି ସ୍ଥିତି ସୁଦୃଢ ହେଲା କହିବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ମିଶ୍ରଣ ପର୍ବ ମୂଳାପାଳ, ଗୌରପୁର, ପାଟରଙ୍ଗା ପଞ୍ଚାୟତ ବିଜେଡିକୁ ଶକ୍ତ ଝଟ୍‌କା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ମିଶ୍ରଣ ପର୍ବରେ ମୁଳାପାଳ ପଞ୍ଚାୟତର ସଂଜିବ ନାୟକ, ୱାଡର଼୍ସଭ୍ୟ ରାଧାକାନ୍ତ ବେହେରା, ବସନ୍ତ ମାଝୀ, ଦୁଶାସନ ସାମଲଙ୍କ ବହୁ କର୍ମୀ ବିଜେପିରେ ଯୋଗ ଦେଇଥିବା ବେଳେ ଗୌରପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ଶରତ ମହାରଣା, ଅଶୋକ ମହାରଣା, ରଥକୃଷ୍ଣ ନାୟକ, ଶ୍ରୀକାନ୍ତ ରାଉତ, ଗୋପିନାଥ ସାହୁ, ଲକ୍ଷ୍ମୀଧର ଭୋଇ, ଅମରେଶ ଖଣ୍ଡାଇ, ପ୍ରଦୀପ କୁମାର ଜେନା, ମଙ୍ଗଳପୁର ଗ୍ରାମର ପ୍ରଫୁଲ୍ଲ କୁମାର ପଣ୍ଡା, ଗଦାଧର ବେହେରା, ଅକ୍ଷୟ କୁମାର ମଳିକ, ଘଡରା ହାତୀ, ବିଦ୍ୟାଧର ଦେଉରୀ, ଶତ୍ରୁଘ୍ନ ହାତୀ, ପୂର୍ବତନ ସମିତିସଭ୍ୟ କେଶବ ସାମଲ, ଘୁଡୁର ହାତୀ, ମଙ୍ଗୁଳି ନାଏକ, ଶୁକଦେବ ବେହେରା, ଦୁଜା ହାତୀ, ଫକିରା ଦେହୁରୀ, ବାବୁଲା ଦାସ, ଦୁଃଶାସନ ଦେହୁରୀ, ନାରଣ ଖଟୁଆ, ମାଧବାନନ୍ଦ ବେହେରା, ମକରା ଖଟୁଆ, ଭରତ ଖଟୁଆ, ବଳରାମ ଦେହୁରୀ, ଗୋବରା ଦେହୁରୀ, ନାଣ୍ଡୁ ଦେହୁରୀ ଏବଂ ପାଟରଙ୍ଗା ପଞ୍ଚାୟତରୁ ପାଟରଙ୍ଗାର ପୂର୍ବତନ ସରପଞ୍ଚ ଶରତ କୁମାର ପାତ୍ର, ଅଶୋକ କୁମାର ସେଠୀ, ସୁଦାମ ଚରଣ ସେଠୀ, ଅଲେଖ ଦାସ, ହାଡିବନ୍ଧୁ ସେଠୀ, ସହଦେବ ବେହେରା, ସନ୍ତୋଷ କୁମାର ନାୟକ, କଳାକାର ରାଉତ, ବିଦ୍ୟାଧର ଦାସ, ସୁଶାନ୍ତ ବିହାରୀ, ରମାକାନ୍ତ ପାତ୍ର ପ୍ରମୁଖ ବିଜେଡି ଦଳ ଛାଡି ବିଜେପିରେ ଯୋଗଦେଇଥିଲେ । ଆୟୋଜିତ ମିଶ୍ରଣ ପର୍ବରେ କୋରେଇ ବିଜେପିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।