ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଲ ପଞ୍ଚାୟତ କାର୍ଯ୍ୟାଳୟରେ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ରାଉତଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ଆସିଥିବା ଅଭିଯୋଗ ଗୁଡ଼ିକର ସମାଧାନ କରାଯାଇଥିଲା । ଏଥିରେ ସରପଞ୍ଚ ରାମଲାଲ ପଣ୍ଡା ଅତିଥି ଭାବରେ ଯୋଗଦାନ କରିଥିବାବେଳେ ଏପିଓ ରବିନାରାୟଣ ରାଉତ, ଯୋଗାଣ ନୀରିକ୍ଷକ ଆଲୋକ କୁମାର ପାତ୍ର, ବିପିସି ଜ୍ୟୋତି ରଞ୍ଜନ ପଣ୍ଡା, ବିଏସଏସଓ ହିତେଶ କୁମାର ଆଡବାହି, ବିଆର୍ସି ହେରାମ୍ୱ ବିଶ୍ୱାଳ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ଅଗସ୍ତି, କୃଷି ଅଧିକାରୀ ଭୋଜାରାଜ୍ ପଟେଲ,ଏଡିଇଓ ସହସ୍ରାନ୍ସୁ ଯୋଶୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ସମାଧାନ କରିବାରେ ସହଯୋଗ କରିଥିଲେ । ଯୋଗାଣ ସହାୟକ ଶଶିଧର ବାଗ, ଅଖିଳ ବାଗ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।