ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ର ଲାଉଲର ସ୍ଥିତ ପ୍ରିୟ ସେଚ୍ଛାସେବୀ ସଂଗଠନର ପରିସରରେ ନୂଆଦିଲ୍ଲୀ ନ୍ୟାସନାଲ ଟ୍ରଷ୍ଟ, ଆଲିମ୍ କୋ ଭୁବନେଶ୍ୱର ଓ ପ୍ରିୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ୪୫ ଜଣ ଦିବ୍ୟାଙ୍ଗମାନଙ୍କୁ ଏଲେକ୍ତି ବ୍ୟାଟେରୀ ସାଇକଲ, ଟ୍ରାଇ ସାଇକଲ, ୱିଲ୍ ଚେୟାର, ଶ୍ରବଣ ଯନ୍ତ୍ର, ଆଶା ବାଡି ବଣ୍ଟନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ପାଇଁ, ଆଲିମ୍ କୋର ମନୋରଞ୍ଜନ ଓଝା ଓ ‘ପ୍ରିୟ’ ଅନୁଷ୍ଠାନର ନିଦେ୍ର୍ଦଶକ ଟଙ୍କଧର ବାରିକ ଉପସ୍ଥିତ ରହି ବଣ୍ଟନ କରିଥିଲେ । ଏହାକୁ ପ୍ରିୟର ସମସ୍ତ କର୍ମକର୍ତ୍ତା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ବର୍ଷାରାଣୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ନାୟକ, ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ, ବୈକୁଣ୍ଠ ନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁପରିଚାଳନା କରିଥିଲେ ।