ଶିଶୁ ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା 

ଯାଜପୁର : କୋରାଇ ବ୍ଲକ ଶଙ୍ଖଚିଲା ସରସ୍ୱତୀ ଶିଶୁ୍ୱିଦ୍ୟାମନ୍ଦିରରେ ଚଳିତ ଶିକ୍ଷାବର୍ଷର ଜ୍ଞାନ-ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଅଛି । ମେଳାକୁ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଜିତ ବାରିକ ଉଦଘାଟନ କରିଥିଲେ । ଶିଶୁ୍ୱିଦ୍ୟାମନ୍ଦିରର ପ୍ରଧାନ ଆଚର୍ଯା ରୀନାବାଳା ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ବିଦ୍ୟାଧର ସାହୁ ଏହି ମେଳାର ଆବଶ୍ୟକତା ଓ ଏହାର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।  ଅତିଥି ଶ୍ରୀଯୁକ୍ତ ବାରିକ ବିଭିନ୍ନ ଜ୍ଞାନ ଓ ବିଜ୍ଞାନ କଥା ମାଧ୍ୟମରେ ଶିଶୁ ମାନଙ୍କ ମଧ୍ୟରେ କିପରି ବୈଜ୍ଞାନିକ ମନୋଭାବ ତିଆରି ହେବ ତା ଉପରେପ୍ରେରଣାଦାୟକ କଥା ରଖିଥିଲେ । ବରିଷ୍ଠ ଆଚାର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଆଚର୍ଯା ପ୍ରଗତି ମଞ୍ଜରୀ ସାହୁ ମଂଚ ପରିଚାଳନା କରିଥିଲେ । ବିଚାରକ ଭାବେ ହିଙ୍ଗୁଳା ହାଇସ୍କୁଲର ରନିତା ବେହେରା, ନୟନଦୀପ୍ତ ବେହେରା, ବିଜୟ କୁମାର ଖିଲାର, ବଡବିରୁଆଁ ଉଚ୍ଚ ବିଦ୍ୟାଳୟର ଅନିଲ କୁମାର ସାହୁ, ତଣ୍ଡରା ଉଚ୍ଚ ବିଦ୍ୟାଳୟର ରଶ୍ମିରଂଜନ ବଳ, ବ୍ୟାସନଗର ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଆଶିଷ କୁମାର ମଲ୍ଲ ଓ ବିଶ୍ୱରଞ୍ଜନ ବେହେରା ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଆଚର୍ଯା ଦୀପ୍ତିମୟୀ ସାହୁ ମେଳାର ବୃତ ପଠନ ପାଠ କରିଥିଲେ । ବିଦ୍ୟାଳୟର ସଭାପତି ରଘୁନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମେଳାରେ ବିଭିନ୍ନ ପ୍ରକଳ୍ପ ସହ ମୋଟ ୧୧୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସହସମ୍ପାଦକ ଆର୍ଯ୍ୟ ବିଭାସ କୁମାର, କୋଷାଧ୍ୟକ ଦେବାଶିଷ ବେହେରା, ହିମାଂଶୁ ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା, ସେବିକା ଯୋଗଦେଇ କାର୍ଯ୍ୟଟିକୁ ସଫଳ କରିଥିଲେ ।