ଦେଶୀ ମଦ ଭାଟିକୁ ବିରୋଧ

ବରଗଡ଼ : ନୂତନ ଭାବେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଖୋଲାକୁ ବିରୋଧ କରି ଶହଶହ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି  । ଭେଡେନ ବ୍ଲକ୍ ରେଶମ ପଞ୍ଚାୟତର ଇଛାପଦର ଏବଂ ନନ୍ଦିନୀପୁର ଗ୍ରାମରେ ନୂତନ ଭାବେ ଦେଶୀ ମଦ ବ୍ରାଞ୍ଚ ଭାଟି ନିର୍ମାଣ ହେଉଛି  । 
ସେହି ଅଞ୍ଚଳ ପାଖରେ ସରକାରୀ ସ୍କୁଲ, ମନ୍ଦିର ଏବଂ ମୁଖ୍ୟରାସ୍ତା ହୋଇଥିବାରୁ ଛାତ୍ରଛାତ୍ରୀ ଏବଂ ସାଧାରଣଲୋକ ଯାତାୟାତ କରିଥାନ୍ତି  । ଯଦି ମଦ ଭାଟି ଖୋଲାଯାଏ ତାହେଲେ ବିଭିନ୍ନ ପ୍ରକାର ଅସସମାଜିକ କାର୍ଯ୍ୟ ହେବ ଯାହା ପାଖ ଗ୍ରାମର ସ୍ୱାସ୍ଥ୍ୟ, ଶିକ୍ଷା ତଥା ଅର୍ଥନୀତିକୁ ପ୍ରଭାବିତ କରିବ  । ଏଣୁ ପ୍ରଶାସନ କାହିଙ୍କି ଏବଂ କାହା ସ୍ୱର୍ଥରେ ମଦ ଭାଟି ଖୋଲୁଛି ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି  । ନିଶାଦ୍ରବ୍ୟ ବନ୍ଦ ପାଇଁ ସରକାର ସ୍କୁଲ କଲେଜ ଏବଂ ଗ୍ରାମରେ ସଚେତନ କରୁଛନ୍ତି  । କଣ ଆମକୁ ବର୍ବାଦ କରିବା ପାଇଁ ମଦ ଭାଟି ଖୋଲାଯାଇଛି କି ବୋଲି ସ୍ଥାନୀୟ ଲୋକେ ଯୁକ୍ତି କରିଛନ୍ତି  । ତୁରନ୍ତ କାର୍ଯ୍ୟ ବନ୍ଦ ନ କରାଗଲେ ତିଆରି ହେଉଥିବା ମଦ ଭାଟି ଭାଙ୍ଗିବା ପାଇଁ ବାଧ୍ୟ ହେବୁ ବୋଲି ଉଲ୍ଲେଖ କରି ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଡେପୁଟି କଲେକ୍ଟର ଉତ୍ତମ ବାଗ ଏବଂ ଅବକାରୀ ସୁପରିଟେଣ୍ଡ ସୁବର୍ଣ୍ଣ ନାୟକ, ତହସିଲଦାର ଭେଡେନଙ୍କୁ ଦେଇଛନ୍ତି  । ଏଥିରେ ଗ୍ରାମର ମହିଳା ଲଳିତା ପ୍ରଧାନ, ସୁରେନ୍ଦ୍ରୀ ପ୍ରଧାନ, ଲଳିତା ଭୋଇ, ସୁନୀଲ ବାରିକ, ଅର୍ଜୁନ ଭୁଏ, ସୀତାରାମ ପଧାନ, ଝସକେତନ ପ୍ରଧାନ, ସୁଦାମ ପାତ୍ର, ବିକାଶ ମାଝୀ, ସୁରେଶ ନିକେଣ୍ଟି, ରମେଶ ମହାପାତ୍ରଙ୍କ ସହିତ ଶହଶହ ମହିଳା ପୁରୁଷମାନେ ସାହଯୋଗ କରିଥିଲେ  ।