ପୋଲ ତଳୁ ଜବରଦଖଲ ଉଚ୍ଛେଦ
ସୋର : ସୋର ଉତ୍ତରେଶ୍ୱର ଉଡନ୍ତା ପୋଲ ତଳେ ହୋଇଥିବା ଜବରଦଖଲକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଦୀର୍ଘଦିନ ଧରି ହୋଇଥିବା ଏହି ଜବରଦଖଲ କାରଣରୁ ଅନେକ ସମୟରେ ରାସ୍ତା ଜାମ ସହିତ ଅପ୍ରିିତିକର ପରିସ୍ଥିତି ସୃଷ୍ଟି ହେଉଥିଲା । ଏଥିସହିତ ପୋଲର ସ୍ଥାୟୀତ୍ୱକୁ ନେଇ କିଛି ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ । ଏ ନେଇ ଗତ ୮ ତାରିଖରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ଆଜି ସୋର ତହସିଲଦାର ଦୈତାରୀ ମଲ୍ଲିକ, ସୋର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଚନ ପ୍ରଧାନ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସମେତ ସୋର ପୁଲିସ ଉପସ୍ଥିତିରେ ଏହି ଜବରଦଖଳକୁ ଉଚ୍ଛେଦ କରାଯାଇଥିଲା । ତେବେ ପୌର ପାଳିକା ପକ୍ଷରୁ ପ୍ରଚାର କରାଯିବା ପରେ ଦୋକାନୀମାନେ ସେଠାରୁ ସ୍ୱତଃସ୍ପୁର୍ତ୍ତ ଭାବରେ ନିଜର ଦୋକାନକୁ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରଶାସନ ପକ୍ଷରୁ ଉତ୍ତରେଶ୍ୱରରେ ମଧ୍ୟ ଜବରଦଖଲ ଉଚ୍ଛେଦ କରିଥିବା ଦେଖିବାକୁ ମିଳିଥିଲା ।