ତାଇକୋଣ୍ଡୋରେ ଜିଲା ଖେଳାଳୀଙ୍କ କୃତିତ୍ୱ

 ଯାଜପୁର ଟାଉନ: ରାଂଚିରେ ଅନୁଷ୍ଠିତ ତୃତୀୟ ବିର୍ସାମୁଣ୍ଡା ଜାତୀୟ ଓପନ ତାଏକୋଣ୍ଡୋ ପ୍ରତିଯୋଗିତାରେ ଯାଜପୁର ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସଂଘ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କ ତତ୍ୱାବଧାନରେ ଓଡ଼ିଶାରୁ ୫୫ଜଣ ଖେଳାଳୀ ଯୋଗଦେଇଥିବା ବେଳେ, ଯାଜପୁର ଜିଲ୍ଲାର ୧୭ ଜଣ ଖେଳାଳୀ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଯାଜପୁରର ୭ଟା ସ୍ୱର୍ଣ୍ଣ, ୫ଟା ରୌପ୍ୟ, ୪ଟା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଯାଜପୁର ଜିଲ୍ଲାରୁ କୋଚ୍ ହିସାବରେ ଗୟାଧର ସିଂ ଏବଂ ଟିମ୍ ମ୍ୟାନେଜର ଅରୁଣ ନାୟକ ଟିମ୍ ନେଇ ଚାମ୍ପିଆନ୍ସିପ୍ରେ ଯୋଗ ଦେଇଥିଲେ । ଖେଳାଳୀଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଶୁଭକାମନା ଜ୍ଞାପନ କରିଛନ୍ତି । ଖେଳାଳୀଙ୍କ ଅଭାବନୀୟ ଜିନିଷ ଯୋଗାଇ ଦେବା ସହ ଅଭ୍ୟାସ ଓ ପ୍ରଶିକ୍ଷଣ ପାଇଁ ଏକ ପ୍ରାକ୍ଟିସ୍ ହଲ୍ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।