ବିଦାୟ ସମ୍ବର୍ଦ୍ଧନା 

 ନୂଆପଡା :   ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ  ମୁଖ୍ୟ କିରାଣୀ ସୁଘୋଷ ପଟ୍ଟନାୟକ ଏବଂ ଜୀବବିଜ୍ଞାନ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ବନଛୋରଙ୍କ ନିମନ୍ତେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା  । ସୁଘୋଷ ପଟ୍ଟନାୟକ ୧୯୮୬ ରୁ ଏବଂ ପୂର୍ଣ୍ଣଚନ୍ଦ୍ର ବନଛୋର ୧୯୮୯ରୁ ଏଯାବତ କର୍ମ କ୍ଷେତ୍ରରେ ନିଜ ନିଜର ପାରଦର୍ଶିତା ପ୍ରତିପାଦିତ କରିଆସିଛନ୍ତି  । ଉଭୟ ବିଦାୟୀ ବ୍ୟକ୍ତିତ୍ୱ ପରିବାର ସହ ଉପସ୍ଥିତ ରହି ମହାବିଦ୍ୟାଳୟରୁ ସଂଗୃହୀତ ଅନୁଭୂତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼.ତରୁଣ କୁମାର ପ୍ରଧାନ, ଅଧ୍ୟାପିକା ରୀତା ଦାସ , ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼.ରଣବୀର ସିଂହ , ଅଧ୍ୟାପକ ରାଜ କୁମାର ରତେ, ଅଧ୍ୟାପକ ସୁନୀଲ କୁମାର ପାଢୀ ,ଅଧ୍ୟାପକ ଡ଼. ସରୋଜ କୁମାର ପଣ୍ଡା ,ରାଜଲଷ୍ମୀ ରଥ, ଆଶୁତୋଷ ଯୋଶୀ ,  ଅକ୍ଷୟ ଦାଶ, ରୀତା ବାରିକ, ରାଜା ବାରିକ, ରନôାକର ସାହୁ , ପ୍ରେମାନନ୍ଦ ମେହେର, ଧ୍ରୁବ ଚରଣ ପାତ୍ର, ରଘୁପତି ହରିଜନ ଏବଂ ଧବଳେଶ୍ୱର ନାଏକ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଦ୍ୱୟଙ୍କୁ ପ୍ରୀତି ଉପହାର ପ୍ରଦାନ କରିଥିଲେ  ।