ଜନଶୁଣାଣି ଶିବିର ଅନୁଷ୍ଠିତ

 ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଶିଖରପୁର ପଞ୍ଚାୟତରେ ସାମାଜିକ ସମୀକ୍ଷା ଗ୍ରାମ ସଭା ଓ ଜନଶୁଣାଣି ଶିବିର ଶିଖରପୁର ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷ, ତହସିଲଦାର ବିଶ୍ୱବିଶୃତ ତ୍ରିପାଠୀ, କଟକ ଲୋକ ସଭା ସାଂସଦଙ୍କ ପ୍ରତିନିଧିତ୍ୱ କରୁଥିବା ଚନ୍ଦ୍ରକାନ୍ତ ବଳିୟାରସିଂ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିଲେ । ସ୍ଥାନୀୟ ସରପଞ୍ଚ କିରଣବାଳା ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସରପଞ୍ଚ ବନମାଳୀ ସଭାପତିତ୍ୱ କରିଥିଲେ । ପୂର୍ବତନ ସରପଞ୍ଚ ନବକିଶୋର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଶିଖରପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରକାସିନୀ ନାୟକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଉଟି ସୁରକ୍ଷା ଆଇନ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମ ସଭା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସରକାରଙ୍କ ଏହି ଜନହିତକର ଯୋଜନା ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପଞ୍ଚାୟତର ଉନ୍ନତି ବିଭିନ୍ନ ୱାର୍ଡର କାର୍ଯ୍ୟକୁ ସମିକ୍ଷା କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।  ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଥମ କରି ଶିଖରପୁର ପଞ୍ଚାୟତରେ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ଅନ୍ଧ, ମୁକ, ବଧିର ଆବାସିକ ସ୍କୁଲ ସ୍ଥାପନ କରାଯିବା ସହ ବୋଲି ବିଧାୟକ ଇଂ. ଦୁଷ୍ମନ୍ତ ସ୍ୱାଇଁ ଏହି ସଭାରେ କହିଛନ୍ତି । ଅଭିଯୋଗକୁ ସ୍ଥାନିୟ ବିଧାୟକ ଇଂ. ଦୁଷ୍ମନ୍ତ ସ୍ୱାଇଁ, ବିଡିଓ, ତହସିଲଦାର, ସରପଞ୍ଚ, ଲୋକ ସଭା ସାଂସଦଙ୍କ ପ୍ରତିନିଧି, ଶିଖରପୁର ସମିତି ସଭ୍ୟ ନିର୍ମଳ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ, ଖଣ୍ଡପଡ଼ା ଥାନାଧିକାରୀ ନିହାର ରଂଜନ ମହାନ୍ତି ଉପସ୍ଥିତ ଥିଲେ ।