ପରିମଳ ବ୍ୟବସ୍ଥା ଫେଲ୍ ପୌରପରିଷଦ ପାଖରେ କୁଢ କୁଢ ଆବର୍ଜନା


ାା ପ୍ରଭାନୁ୍ୟଜ୍ ।ା ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର ଲକ୍ଷ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସିଟିଜେନ ଭଏସ ସଂଖ୍ୟା ହ୍ରାସ ପାଇବାରୁ ଗତବର୍ଷରେ  ହ୍ରାସ ପାଇଥିବା ପୌରପରିଷଦ ତରଫରୁ କୁହାଯାଏ । କିନ୍ତୁ ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ପୌରପରିଷଦର ଖାମଖିଆଲି ନୀତିରୁ ସହରବାସୀ ନାନା ହଇରାଣ ହେଉଛନ୍ତି । ପରିବେଶ ମଧ୍ୟ ପ୍ରଦୂ୍ୟଷିତ ହେଉଛି । ଏହି ପ୍ରରିପ୍ରେକ୍ଷିରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୧ ନେହରୁ ନଗର ୭ମ ଲାଇନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି ।   ବିଶେଷ କରି ଘରୋଇ ସ୍କୁଲର ପଛଭାଗ ନେହରୁ ନଗର ୭ଯ ଲାଇନ ରାସ୍ତା କଡରେ  ଯିବା ବାଟରେ ବେଶି ନଜିର ରହିଛି । କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ  ମିଶନ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ୱାର୍ଡÿରେ ପରିମଳ ବ୍ୟବସ୍ଥା ଫେଲ ମାରିଛି । ଏହି ସାହିର ପରିମଳ ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ଓ ଶିକ୍ଷିତ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପ୍ରତି କାହାରି ଦୃଷ୍ଟି ପଡୁନଥିବା ସାହି ବାସିନ୍ଦା ପ୍ରକାଶ କରିଛନ୍ତି । ଏଠି ଆବର୍ଜନା ପାହାଡ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ହୋଇପଡ଼ିଛି । ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ଏପରିକି ରାସ୍ତା ଉପରେ ପଚାସଢା ଆବର୍ଜନା ଗୁଡିକ ପଡି ରହୁଛି । ଏନେଇ ୱାର୍ଡବାସୀ ପୌରପରିଷଦ ଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଅଭିଯୋଗ କରିଥିଲେ ମଧ୍ୟ ଆବର୍ଜନା ସଫା କରାଯିବ ବୋଲି ଆଶ୍ୱସନା ମିଳୁଛି  ଆବର୍ଜନା ସଫା ହୋଇନାହିଁ କି ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ୱାର୍ଡର ପରିମଳ ବ୍ୟବସ୍ଥାକୁ ଭଲ କରିବାକୁ ୱାର୍ଡର କଳାଚାନ୍ଦ ପାଣିଗ୍ରାହୀ, ଉମା ଶଙ୍କର ପାଢ଼ୀ, ଦୁର୍ଗା ଚରଣ ପାଣିଗ୍ରାହୀ, କାଳୀ ଚରଣ ଗୌଡ଼ ପ୍ରମୁଖ ଦାବି ଜଣାଇଛନ୍ତି ।