ହାଇସ୍କୁଲ୍ର ସୁବର୍ଣ୍ଣ ଜୟନ୍ତୀ
ରାଜକନିକା: ଜୟନଗର ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ ହୋଇଛି । ଏଥିରେ ୧୯୭୪ରୁ ଆଜି ପର୍ଯ୍ୟନ୍ତ ସମସ୍ତ ପୁରାତନ ନୂତନ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇ ଏହି ସ୍ୱର୍ଣ୍ଣିମ ଉସôବକୁ ଖୁବ୍ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗଦେଇ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ୨୯ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ଅମିତା ସାହୁ, ଯୁବସଂଗଠକ ପବିତ୍ର ରାଉତ, ଜୟନଗର ପୂର୍ବତନ ସରପଞ୍ଚ ରବିନାରାୟଣ ବେହେରା ଏବଂ ସ୍କୁଲ୍ର ପ୍ରଧାନଶିକ୍ଷକ ଅଶୋକ ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ହରେଗୋବିନ୍ଦ ମଢୁଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସନ୍ତୃପ୍ତ ଦାସ ଓ ଖଗେଶ୍ୱର ପଢିହାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସମ୍ପାଦକ