ପର୍ଯ୍ୟଟନ ଓ ରାସ୍ତାର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନୂଆପଡା: ପର୍ଯ୍ୟଟନ ଓ ରାସ୍ତାର ବିକାଶ ପାଇଁ ବିଜେପି ଓବିସି ମୋର୍ଚ୍ଚା ସଭାପତି ଅଜିତ କିଶୋର ଚଲାନ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ସମୟରେ ଏହି ଦାବି ପ୍ରଦାନ କରିଥିଲେ । ଦାବିପତ୍ରରେ ବୋଡ଼େନ ବ୍ଲକ ବିରେଶକେଲରୁ ପାତଳଗଙ୍ଗାକୁ ବିଜୁ ଏକ୍ସପ୍ରେସୱେ ସହିତ ସଂଯୋଗୀକରଣ କରିବା ଓ ପାତାଲଗଙ୍ଗା ଠାରେ ପାନ୍ଥନିବାସ ନିର୍ମାଣ କରିବା ସହ ପତାଲଗଙ୍ଗାର ଉନ୍ନତିକରଣ, ଖଡ଼ିଆଳ ବ୍ଲକରେ ଥିବା ଋଷିପୀଠକୁ ପର୍ଯ୍ୟଟନ ସ୍ଥଳ ଭାବରେ ମାନ୍ୟତା ଦେବା ସହ ସେହି ଜାଗାରେ ରୋପ ୱେ ସ୍ଥାପନ କରିବା, ଖଡିଆଳର ମଞ୍ଜୁର ହୋଇଥିବା ବ୍ୟାପାସ୍ ରାସ୍ତା ଜାତୀୟ ରାଜପଥ ୩୫୩ ବଡ଼ପୋଲ ଛକ ଠାରୁ ଜାତୀୟ ରାଜପଥ ୫୯ ପଦ୍ମପୁରରେ ସଂଯୋଗୀକରଣ କରିବା ଏବଂ ଥିପାଖୋଲା ଜଳପ୍ରପାତ, ସମଲେଇ ପୀଠ ଫୁଳଚି, ଉପକାଗଙ୍ଗା, କୋଟାମାଲ୍ ଯୋଗୀମଠ, କୁସୁମ୍ ଜୋର୍ ହନୁମାନ ମନ୍ଦିର ଚଳନା ବରୁଡେଶ୍ୱର ମନ୍ଦିର ଖଡିଆଳ ସମଲେଇ ମନ୍ଦିର, ରକ୍ତାମ୍ୱରୀ ମନ୍ଦିର ଓ ବଡ ଦଧିବାମନ ମନ୍ଦିର ଖଡିଆଳର ଉନ୍ନତିକରଣ ପାଇଁ ଦାବି କରିଥିଲେ । ଏହି ଦାବିପତ୍ର ଦେବା ସମୟରେ ନୂଆପଡାର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ୍ ଦୀକ୍ଷିତ, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର୍, ଖିତିରାମ୍ ବେହେରା, ପ୍ରଦୀପ ନାୟକ, ମନୋଜ ପଟ୍ଟନାୟକ, ଲକ୍ଷ୍ମଣ ଦୂରିଆ, ଲିକୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।