ସକ୍ରିୟ ଦାଦନ ଦଲାଲ  : ନୂଆଁଖାଇ ପାଇଁ ଦିଆଯାଉଛି ଅଗ୍ରୀମ

 ନୂଆପଡା: ନୂଆପଡା ଜିଲ୍ଲାସାରା ଲୋକେ ଦାଦନ ପାଇଁ ୧ ନମ୍ବର ଥିବାବେଳେ ଏବେ ବୋଡ଼େନ ବ୍ଲକରେ ଦାଦନ ଦଲାଲ ଗାଁ ଗଣ୍ଡରେ ସକ୍ରିୟ ଥିବା ଦେଖିବାକୁ ମିଳିଛି । ଖଇରା, କରଲାକୋଟ, ସୁନାପୁର, ନାଗପଡା, ପଲସଦା, ଭାଇଁସାଦାନୀ, ବୋଇରଗାଁ, ଫରସରା ପ୍ରଭୁତି ପଞ୍ଚାୟତର ଗାଁମାନଙ୍କୁ ଯାଇ ଆନ୍ଧ୍ରା ସର୍ଦ୍ଦାର ଓ ଦଲାଲମାନେ ଲୋକମାନଙ୍କୁ ନୂଆଁଖାଇ ଖର୍ଚ୍ଚ ପାଇଁ ଅଗ୍ରୀମ ଦିଆ ଚାଲିଥିବା ଅଭିଯୋଗ ହେଉଛି । ଲୋକେ ଦାଦନ ଯାଇ ମରୁଥିଲେ ମଧ୍ୟ ଦାଦନ ଥମିବାର ନା ନେଉନି । ତେଣୁ ବ୍ଲକ ପ୍ରଶାସନ ତଥା ଡିଏଲୋ ଏଥିପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଛି ।