ପଶ୍ଚିମବଙ୍ଗରେ ଲଜ୍ୟା : ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ପଶ୍ଚିମବଙ୍ଗରେ  ଲଜ୍ୟା : ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : କୋଲକାତାର ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ପଶ୍ଚିମବଙ୍ଗରେ ଘଟିଛି ଆଉ ଏକ ଗଣଦୁଷ୍କର୍ମ । ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଘଟିଛ ଏଭଳି ଏକ ଅଭାବନୀୟ ଘଟଣା । ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ପିଡ଼ୀତା ଛାତ୍ରୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବୋଲି ଜଣାପଡ଼ିଛି । ଏନେଇ ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନେ ମେଡ଼ିକାଲ କଲେଜରେ ଅନ୍ଦୋଳନ କରି  ପିଡ଼ୀତାଙ୍କୁ ନ୍ୟାୟ ପାଇଁ ଦାବିକରିଛନ୍ତି । ସେ ଏବେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ପୁଲିସ ପହଞ୍ଚି ତଦନ୍ତ ଚଲାଇଛି ।