ସାମ୍ନାକୁ ଆସିଲା ନବ ଦାସ ହତ୍ୟା ମାମଲାର ସାଂଘାତିକ ସତ

ସାମ୍ନାକୁ ଆସିଲା ନବ ଦାସ ହତ୍ୟା ମାମଲାର ସାଂଘାତିକ ସତ

 କ୍ରାଇମ୍‌ବ୍ରାଞ୍ଚ ଜେରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ । ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି ।  ହସ୍ପିଟାଲ୍‌ରୁ କେମିତି ଇସିଜି ରିପୋର୍ଟ ଗାଏବ ହେଲା  । ତା'କୁ ନେଇ ଉଠିଛି ପ୍ରଶ୍ନ ।ଲଗାତାର ୪ ଦିନ ହେବ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଖୋଳତାଡ କରିଛି। ଶୁକ୍ରବାର ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବିମାନ ବନ୍ଦରରେ ପହଞ୍ଚି ତଦନ୍ତ କରିଛି । ଗୁଳି ବାଜିବା ପରେ ଝାରସୁଗୁଡାରେ ନବ ଦାସଙ୍କ ଇସିଜି କରିଥିବା ରେଡିୟୋଗ୍ରାଫର୍‌ ସସ୍ମିତା ବାଗଙ୍କୁ ୩ ଘଣ୍ଟା ଜେରା କରିଛି । ନବ ଦାସଙ୍କ ଇସିଜି ରିପୋର୍ଟ ନାହିଁ ବୋଲି ସସ୍ମିତା କହିଛନ୍ତି । ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ।

ପରେ ହସ୍ପିଟାଲ୍‌, ବିମାନବନ୍ଦର, ଓ କ୍ରାଇମ୍‌ସ୍ପଟ୍‌କୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି ।  କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ପରେ ମୋଟ ୧୨ ଜଣଙ୍କ ବୟାନ ରେକର୍ଡ କଲାଣି  । ପଞ୍ଚମ ଦିନରେ କ୍ରାଇମ୍‌ବ୍ରାଞ୍ଚ କାହାକୁ ପଚରାଉଚରା କରିବ ତାହା ଉପରେ ନଜର ରହିଛି । କାରଣ ପୂର୍ବ ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଅନେକ ବ୍ୟକ୍ତିଙ୍କୁ ବୟାନ ରେକର୍ଡ କରିନଥିଲା  । ଏପରିକି ଗୋପାଳକୁ ନବ ଦାସଙ୍କ ନାଁ ନେଇ ଭୟଭୀତ କରିଥିବା ମନୋଜ ବରିହା କିଏ ଓ ଏମିତି ସେ କାହା କଥାରେ କରିଥିଲେ, ତା’ର ଉତ୍ତର ଖୋଜୁଛି କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ।