ସ୍ୱାସ୍ଥ୍ୟଶିବିର : ରୋଗ ପରୀକ୍ଷା କଲେ ୬୫୦ରୋଗୀ

 ।ା ପ୍ରଭାନୁ୍ୟଜ ।ା ଧର୍ମଶାଳା:ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ଶିବିର ଆଜି ଦ୍ୱିତୀୟ ଦିନରେ ସୁନ୍ଦୁରିଆ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ତତ୍ୱାବଧାନରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସ୍ମୃତିରେ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବିରକୁ ବିଜେପି ନେତା ସର୍ବେଶ୍ୱର ବେହୁରା, ଶ୍ରୀକାନ୍ତ ସାହୁ ଓ ଟ୍ରଷ୍ଟର ସମ୍ପାଦକ ସୀତାଂଶୁ ଶେଖର ସାହୁ ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ମଧୁମେୟ, ଉଚ୍ଚରକ୍ତଚାପ, ଚର୍ମ, ଶୁଶୁ ଓ ଭେଷଜ ଆଦି ବିଭାଗର ବହୁ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗ ପରୀକ୍ଷା କରିଥିଲେ । ଚିହ୍ନଟ ରୋଗୀଙ୍କୁ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ମାଗଣା ୩ ମାସର ଔଷଧ ବଣ୍ଟନ କରାଯାଇଥିଲା । ଆଜିର ସ୍ୱାସ୍ଥ୍ୟ ଶିବିରରେ୬୫୦ରୋଗୀଙ୍କ ରୋଗ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଦୀର୍ଘ ୪ମାସ ବ୍ୟାପି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ଗୋଟି ପଞ୍ଚାୟତରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର କରାଯିବ । ସ୍ୱାସ୍ଥ୍ୟ ଶିବିରକୁ ରାଜେଶ କୁମାର ପାଲ, ଜିତେନ୍ଦ୍ର ରାଉତ, ଗୌତମ ସାହୁ, ଅଂଶୁମାନ ରଥ ପ୍ରମୁଖ ଟ୍ରଷ୍ଟର ସମସ୍ତ ସଭ୍ୟ ପରିଚାଳନା କରିଥିଲେ । ଶନିବାର ମଧୁସୁଦନପୁର ପଞ୍ଚାୟତରେ ଶିବିର ଅନୁଷ୍ଠିତ ହେବ ବୋଲି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।