ପାଠ ପଢା ଚାଲୁଛ ଏମିତି... ଜଣେ ଶିକ୍ଷକକୁ ୬୬ଛାତ୍ରଛାତ୍ରୀ
ଆନନ୍ଦପୁର: ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ନିକଟରେ ସାରା ରାଜ୍ୟରେ ପ୍ରାୟ ୨୦ହାଜର ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ତଥାପି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଏମିତ ସ୍କୁଲ ରହି ଯାଇଛି ଯେଉଁଠି ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ପଥରପଦା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ୬୬ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ମାତ୍ର ଜଣେ ଶିକ୍ଷକ । ଏହି ବିଦ୍ୟାଳୟରେ ସବର୍ଣ୍ଣ ଏବଂ ମୁସଲମାନ ସମ୍ପ୍ରଦାୟର ୬୬ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି । ମାତ୍ର ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ଘୋର ବାଧା ପ୍ରାପ୍ତ ହେଉଛି । ଯଦ୍ୱାରା କି ଅଭିଭାବକ ସେମାନଙ୍କ ପିଲା ମାନଙ୍କୁ ବିଦ୍ୟାଳୟରୁ ଫେରାଇ ନେଉଛନ୍ତି । ପରିଚାଳନା କମିଟି ସଭାପତି ମନ୍ମଥ କୁମାର ବେହେରା କିଛିଦିନ ହେଲା ଏହି ସମସ୍ୟାକୁ ଉପଲବ୍ଧି କରି ନିଜେ ବିଦ୍ୟାଳୟରେ ପିଲା ମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ଜିଲା ଶିକ୍ଷାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ଦାବି କରିଛନ୍ତି ।