ପାଣି ପଞ୍ଚାୟତ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
ନୂଆପଡା: ଖଡିଆଳ ସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସଭାଗୃହ ଠାରେ ପାଣି ପଞ୍ଚାୟତ ସମସ୍ୟା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ ଜଳର ଆବଣ୍ଟନ ସୁଚାରୁରୂପେ ସମ୍ପାଦନ ପାଇଁ ତଦନ୍ତ, ତନଖି ଏବଂ ତଦାରଖ କରିବା ଦ୍ୱାରା ଅନେକ ସମସ୍ୟା ସମାଧାନ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଭାରେ ଖଡିଆଳ ବିଧାୟକ ଆଧୀରାଜ ପାଣିଗ୍ରାହୀ, ମୁଖ୍ୟ ନିର୍ମାଣଯନ୍ତ୍ରୀ ସଂଜୀବ କୁମାର ଭତ୍ରା, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରୁଆ, ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ପାଣି ପଞ୍ଚାୟତ ପ୍ରକଳ୍ପ ସଭାପତି ମଞ୍ଜେଶ ମେହେର, ସମ୍ପାଦକ ମିଳନ ଯାଦବ, ପ୍ରକଳ୍ପ କୋଷାଧ୍ୟକ୍ଷ ମାନବିନ୍ଦ୍ର ସିଂ ବାରିକ, ଶ୍ରୀରାମ ସମଲେନ୍ଦ୍ର ସିଂ, ମାଁ ଗାୟତ୍ରୀ ଜଳ ଆବଣ୍ଟନ କମିଟି ସମ୍ପାଦକ ସୁଶାନ୍ତ କୁମାର ବିଶି, ମନୋଜ କୁମାର ପଟ୍ଟନାୟକ, ରାଧେ ରଣାଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଚାଷୀମାନେ ଯୋଗ ଦେଇଥିଲେ । ଏବଂ ଆସନ୍ତା ୧୦ଦିନ ମଧ୍ୟରେ ବୈଠକରେ ହୋଇଥିବା ଅଗ୍ରଗତି ପୁଣି ଥରେ ସମୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି ।