ପାଣିରେ ବୁଡି ଭିନ୍ନକ୍ଷମ ଯୁବତୀଙ୍କ ମୃତୁ୍ୟ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଣିରେ ବୁଡି ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିଥିବା ବେଳେ ଯୁବତୀଙ୍କ ମୃତୁ୍ୟକୁ ନେଇ ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଏହି ନୂଆପଦର ଗାଁ ର ସନ୍ତୋଷ ବେହେରାଙ୍କ ବଡ଼ ଝିଅ ପ୍ରିୟଙ୍କା ବେହେରା ବୟସ ଅଠର ବର୍ଷ ହେବ ସେ ଜନ୍ମରୁ ଅନ୍ଧ । ଯୁବତୀ ଜଣକ ନିଜ ମା ନଳିନୀ ବେହେରାଙ୍କ ସହ ଗାଁ ପାଖରେ ଥିବା ଘାଇ ଓ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୁଆ ତୁଠରେ ଝିଅକୁ ଛାଡି ମା ବନ୍ଧ ପାଖରେ ଥିବା ବଣକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଯୁବତୀ ଜଣକ ପାଣିରେ ବୁଡି ଯାଇଥିଲେ । ମା ଆସିବା ପରେ ଯୁବତୀ ଜଣକ ପାଣିରେ ଭାସୁଥିବା ଦେଖି ଯୁବତୀଙ୍କ ମା ଚିକôାର କରି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଯୁବତୀଙ୍କୁ ପାଣିରୁ ଉଦ୍ଧାର କାରି ନୂଆପଦର ପ୍ରାଥମିକ ଚିକିସôାଲୟକୁ ନେଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇଁ ଫିରିଙ୍ଗିଆ ପୋଲିସ ମେଡିକାଲରେ ପହଞ୍ଚô ଶବ ଜବତ କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ବୁଆବଚ୍ଛେଦ ପାଇଁ ପଠେଇ ଦେଇ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତୁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ବେହେରା ।