କେନ୍ଦୁପଦର କଲେଜର ବାର୍ଷିକ ଉସବ 

ଆସିକା: ଆସ୍କା ବ୍ଲକ ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ କେନ୍ଦୁପଦରରେ ବହୁ ପ୍ରତିକ୍ଷୀତ ବାର୍ଷିକ ଉସôବ, "ଉକôର୍ଷ" ୨୦୨୫ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ନାଟ୍ୟ ସଂସଦ ଓ ସାଂସ୍କୃତିକ ସଂଗଠନ ଦ୍ୱାରା ଆୟୋଜିତ ହୋଇଯାଇଛି । ଉକ୍ତ ଉସôବର ସଭାପତି ଦାୟୀତ୍ୱ ବହନ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ପାଣ୍ଡେ ଓ ସେହିପରି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇଥିଲେ ଘୁମସର ଦକ୍ଷିଣାଞ୍ଚଳର ବନାଧିକାରୀ ଶ୍ରୀ ବିନୋଦ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ ଶ୍ରୀ ବିଷ୍ଣୁ ଚରଣ ଜେନା, ସମ୍ମାନୀୟ ଅତିଥି ଭାବେ ଶୂଳପାଣି ଶତପଥୀ ଓ ଶ୍ରୀ ଚୈତନ୍ୟ ଚରଣ ମହାରାଜ ଯୋଗ ଦେଇଥିଲେ । ଅନୁଷ୍ଠାନର ପରିଚାଳନା ସମିତିର ପୂର୍ବତନ ସଭାପତି ଶ୍ରୀ ବାୟାମନୁ ଚର୍ଚ୍ଚି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇଛନ୍ତି ଓ ଏହା ବ୍ୟତୀତ ଉକ୍ତ ଉସôବରେ +୨ ସାଂସ୍କୃତିକ ସଂଗଠନର ଉପ ସଭାପତି ଅନୁପ ଷଡ଼ଙ୍ଗୀ, ସହାୟିକା ଜସ୍ମିନ ନାୟକ ଏବଂ ନାଟ୍ୟ ସଂସଦର ଉପ ସଭାପତି ଅଜିତ ପଟ୍ଟନାୟକ, ସହାୟକ ଅଜିତ କୁମାର ମୁଖି ପରିଚାଳନା କରିଥିଲେ ।