"ପାଣ୍ଡିଆନ୍‌ ନେତା ନୁହଁନ୍ତି, ମ୍ୟାନେଜର'

"ପାଣ୍ଡିଆନ୍‌ ନେତା ନୁହଁନ୍ତି, ମ୍ୟାନେଜର'

ଭୁବନେଶ୍ୱର : ପାଣ୍ଡିଆନ୍‌ ନେତା ନୁହଁନ୍ତି । ସେ ଜଣେ ଭଲ ମ୍ୟାନେଜର । ଆମେ ତାଙ୍କୁ କେବେ ନେତା ବୋଲି ମାନିନାହୁଁ । ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଏକଥା କହିଛନ୍ତି । ସମ୍ବିତ କହିଛନ୍ତିଯେ, ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କୁ ନେଇ ଗଠନ ହୋଇନାହିଁ । ବିଜେଡ଼ି ବିଜୁଙ୍କ ଆଦର୍ଶରେ ଗଢ଼ାହୋଇଛି । ନବୀନବାବୁଙ୍କୁ ଆମେ ହୃଦୟର ମଉଡ଼ମଣି ବୋଲି ଭାବିଛୁ । ପାଣ୍ଡିଆନଙ୍କ କଥା କାହିଁକି ଉଠୁଛି ? ସେ ଜଣେ ଭଲ ମ୍ୟାନେଜର ଥିଲେ । ନବୀନ ବାବୁଙ୍କ ସେବା କରୁଛନ୍ତି । ଆମେ ତାଙ୍କୁ କେବେ ନେତାବୋଲି ମାନୁନଥିଲୁ । ସେହିପରି ଅମାର ଥିଲେ ଶସ୍ୟ ରହିବ । ଶସ୍ୟକୁ ଖାଇବାକୁ ମୂଷା ଓ ମୂଷାକୁ ଖାଇବାକୁ ସାପ ଆସିବେ ବୋଲି ଉପାଖ୍ୟାନ ଶୁଣାଇଛନ୍ତି । ଅପରପକ୍ଷରେ ଦଳରେ ଗୋଷ୍ଠୀକନ୍ଦଳ କି ମେଳି ନାହିଁ । ମତାନ୍ତର ଓ ମନାନ୍ତର ରହିଛି । ସେମାନେ ଭୋଜି କରୁଥିଲେ । ଆଲୋଚନାରେ ସବୁ କିଛି ସମାଧାନ ହୋଇଯିବ ବୋଲି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।