ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ଓ ସଫେଇ କାର୍ଯ୍ୟକ୍ରମ
ପାରାଦୀପ: କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଥିବା ସ୍ୱଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀରେ ପାରାଦୀପ ପୌରପାଳିକା ପକ୍ଷରୁ ସ୍ଥାନୀୟ ଜୟଦେବ ସଦନ ନିକଟସ୍ଥ ସୂଚନା କେନ୍ଦ୍ରରେ ଗୁରୁବାର ସକାଳେ ଏକ ସ୍ୱଚ୍ଛତା ସଚେତନତା ସଭା ଆୟୋଜିତ ହୋଇଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଯୋଗଦେଇ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଆମେ ସମସ୍ତେ ନିଜ ନିଜର ପରିବେଶ ସ୍ୱଚ୍ଛ ରଖିବା ସହ ପ୍ଲାଷ୍ଟିକ,ପଲିଥିନ ବର୍ଜନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନ, ସୌଦାମିନୀ ସାହୁ, ବଣିକ ସଙ୍ଘ ସଭାପତି ଅମୀୟ ପାଣି ଓ ସମ୍ପାଦକ ଗୋଲେଖ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ବିଶ୍ୱକର୍ମା ପୂଜା ପରିସରରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୟଦେବ ସଦନ ସମ୍ମୁଖ ମୁଖ୍ୟ ରାସ୍ତା କଡ଼ ଓ ପୂଜା ମଣ୍ଡପ ନିକଟସ୍ଥ ଅଞ୍ଚଳରୁ ପଲିଥିନ,ପ୍ଲାଷ୍ଟିକ ସମେତ ଅଳିଆ ସଫା କରାଯାଇଥିଲା ।