ପାରିଷଦଙ୍କ ଅଭିଯୋଗ, ଅଧ୍ୟକ୍ଷା ଗଣତନ୍ତ୍ର ବିରୋଧୀ :ବ୍ୟାସ ମହୋତ୍ସବ ବନ୍ଦ କରିବାକୁ କରିଛନ୍ତି ଚକ୍ରାନ୍ତ
ବ୍ୟାସନଗର: ବ୍ୟାସ ସରୋବର ମହୋତ୍ସବକୁ ମଝିରେ ମାତ୍ର ଗୋଟିଏ ଦିନ । କିନ୍ତୁ ବ୍ୟାସ ସରୋବର ମହୋତ୍ସବ ହେବ କି ନାହିଁ ତାର ସନେ୍ଦହ ବଢିବାରେ ଲାଗିଛି । ଗୋଟେ ପଟେ ପୌରାଧ୍ୟକ୍ଷା ବ୍ୟାସ ମହୋସôବ ପାଇଁ କବାଟକିଳା ପ୍ରସ୍ତୁତି ଚଲାଇଥିବା ବେଳେ ଅନ୍ୟପଟେ ପୌର ପାରିଷଦ ବ୍ୟାସ ମହୋତ୍ସବକୁ ବନ୍ଦ କରିବାକୁ ଚକ୍ରାନ୍ତ ଚଲାଇଥିବା ଅଭିଯୋଗ ଆଣିଛନ୍ତି । କେବଳ ସେତକ ନୁହେଁ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଗଣତନ୍ତ୍ର ବିରୋଧି ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି । ଆଜି ପୌର କାର୍ଯ୍ୟାଳୟରେ ଉପାଧ୍ୟକ୍ଷ ସୁବାସ ବଳଙ୍କ ସମେତ ପାରିଷଦ ପାର୍ଥସାରଥି ନାୟକ, ମୋନାଲିସା ସାହୁ, ସନ୍ତୋଷ ବରା. ବିଜୟ ଜେନା, କୁନି ହାସଁଦା, ଦିଲୀପ ସେଠୀ, ଅରୁନ୍ଧତି ପରିଡ଼ା, କୁମୁଦୁନି ରାଉତ୍, ଅଶୋକ ଦାସ, ମଣିନ୍ଦ୍ର ସାହୁ, ସିଦ୍ଧାର୍ଥ ସାମଲ, ସରିତା ଜେନା, ଶିବାନନ୍ଦ ନାୟକ, ଉର୍ମିଳା ପରିଡ଼ା, ସୁଜାତା ପ୍ରୀୟଦର୍ଶନୀ ପରିଡ଼ା, ରଶ୍ମିତା ଖୁଂଟିଆ ଓ ବୁଦୁନି ଦରାଇ ପ୍ରମୂଖ କହିଥିଲେ କି ଅଧ୍ୟକ୍ଷା ହେଉଛନ୍ତି ଗଣତନ୍ତ୍ର ବିରୋଧି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅଧ୍ୟକ୍ଷା ପୈାର ପରିଷଦ ବୈଠକରେ ପାରିତ ପ୍ରସ୍ତାବକୁ ବେଖାତିର କରି ମନମାନିରେ ଅତିଥି ଚୟନ କରିଛନ୍ତି । କାଉନସିଲ ବୈଠକରେ ଯାହା ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥାଏ, ତାହାକୁ କାର୍ଯ୍ୟକାରୀ କରିବାକୁ ପୌର ପ୍ରଶାସନ ଏବଂ ଅଧ୍ୟକ୍ଷା ବାଧ୍ୟ । ହେଲେ ଗଣତନ୍ତ୍ରକୁ ଦଳିମକଚି ଦେବାକୁ କୁଣ୍ଠା ବୋଧ କରୁନଥିବା ଅଧ୍ୟକ୍ଷା ଗଣତନ୍ତ୍ରକୁ ହତ୍ୟା କରିବାକୁ ଯାଇ ପାରିତ ପ୍ରସ୍ତାବକୁ ହାଇଜାକ କରିଛନ୍ତି । ମହୋସôବ ଦୁଇଟା ଦିନ ଥିବା ବେଳେ ମହୋସôବ ପ୍ରସ୍ତୁତି କେତେଦୂର ଗଲା, କାହାକୁ ଅତିଥି କରାଗଲା, ମହୋତ୍ସବ ପାଇଁ ଖର୍ଚ୍ଚ ଅଟକଳ କେତେ କରାଯାଇଛି, ତାର କୌଣସି ଖବର ଅନ୍ତର ପାରିଷଦକୁ ଦିଆନଯାଇ ଅନ୍ଧାରରେ ରଖାଯାଇଛି । ବ୍ୟାସନଗର ପ୍ରତି ଅଧ୍ୟକ୍ଷାଙ୍କ ମମତା ନାହିଁ । ଏଣୁ ବ୍ୟାସ ମହୋସôବ ନହେଲେ ଅଧ୍ୟକ୍ଷାଙ୍କୁ କିଛି ଫରକ ପଡ଼ିବନି । ଅଧ୍ୟକ୍ଷା ବ୍ୟାସନଗରବାସୀଙ୍କ ଭାବାବେଗକୁ ବୁଝିବା ବଦଳରେ ରାଜନୀତି କରୁଛନ୍ତି । ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସେ ନିଜର କ୍ଷମତାକୁ ଉପଯୋଗ କରୁଛନ୍ତି । କିନ୍ତୁ ଆମେ ଯେତିକି ପାରିଷଦ ଏ ସହରର ବାସୀନ୍ଦା । ବ୍ୟାସ ମହୋତ୍ସବକୁ ନେଇ ଯଦି କିଛି ବିଭ୍ରାଟ ଘଟେ, କି ବନ୍ଦ ହୋଇଯାଏ, ସେଥିପାଇଁ ଆମେ ହିଁ ଉତରଦାୟୀ ରହିବୁ । ପାରିଷଦ କେବଳ ଅଧ୍ୟକ୍ଷା ନୁହେଁ, ପ୍ରଶାସନ ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠାଇଥିଲେ । ପାରିଷଦଙ୍କ ଅଭିଯୋଗ ମହୋସôବକୁ ନେଇ ଦ୍ୱନ୍ଦ ବଢାଇବାରେ ଲାଗିଛି ।