ଅଭିମନୁ୍ୟ ସାମନ୍ତସିଂହାରଙ୍କ ଜୟନ୍ତୀ
ବରୀ: ଗୋଳକୁଣ୍ଡ ଠାରେ ପବିତ୍ର ମାଘ ସପ୍ତମୀ ଅବସରରେ ଅଭିମନୁ୍ୟ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ୨୬୭ତମ ଜୟନ୍ତୀ ଓ ପୂଜପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦେଶକ ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସକ ରଞ୍ଜନ କୁମାର ଦାସ, ମୁଖ୍ୟବକ୍ତା ଡ଼ କୃଷ୍ଣକେଶବ ଷଡଙ୍ଗୀ, ସମ୍ମାନିତ ଅତିଥି ଚିରଶ୍ରୀଇନ୍ଦ୍ର ସିଂ, ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ଅଭିମନୁ୍ୟ ସାମନ୍ତସିଂହାରଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରି ରୀତିଯୁଗୀୟ ସାହିତ୍ୟକ ମଧ୍ୟରେ ଅଭିମନୁ୍ୟ ଥିଲେ ଅନ୍ୟତମ । ଅଭିମନ୍ୟୁଙ୍କ କବିତା ଓ ସାହିତକୁ ମାପି ହେବ ନାହିଁ ଅଭିମନୁ୍ୟ ଥିଲେ ଓଡିଶାର ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ ଓ ସମ୍ପତି । ଅଭିମନୁ୍ୟଙ୍କ କାବିତ୍ୟ ରଚନା ସମସ୍ତଙ୍କ ହୃଦୟ ପର୍ଶୀ ହେବା ଓଡ଼ିଆ ସାହିତ୍ୟକୁ ରୁଦ୍ଧି ମନ୍ତ କରି ଯୁଗେ ଯୁଗେ ମନେ ପକାଇବା ତାଙ୍କର ଲେଖନି ବାଘ, ଗୀତ, ଚଢ଼େଇ ଗୀତ ବଡ଼ ହୃଦୟ ପର୍ଶୀ । ଏହି ଅବସରରେ ଅତିଥି ପରିଚୟ ପ୍ରଦାନ ସଭାପତି ସରୋଜ କୁମାର ସାମଲ କରିଥିଲେ । ବିଜୟ କୁମାର ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ, ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ଜେନା ବିବରଣୀ ପାଠ କରିଥିଲେ । ଏହି ଅବସରରେ ପରିଷଦ ଦ୍ୱାରା ପ୍ରକାଶିତ ସାହିତ୍ୟ ପତ୍ରିକା "ବ୍ରାହ୍ମୀ’ର ଉନ୍ମୋଚନ କରାଯାଇଥିଲା । ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଜୟ କୁମାର ଜେନା ଧନ୍ୟବାଦ ଦେଇଥିଲେ । ବରଗଡ଼ର କଳାକାର ମାନଙ୍କ ଦ୍ୱରା ସମ୍ବଳପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ ହେକ୍ଷଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ଜେନା, ରଞ୍ଜନ କୁମାର ଜେନା, ଶରତ ଜେନା, ଦୀପକ ଜେନା, ଅଞ୍ଜନ କୁମାର ଜେନା, ପ୍ରଶାନ୍ତ ଜେନା, ସତ୍ୟ ରଞ୍ଜନ ଜେନା, ସୁଶାନ୍ତ ଧୀର, ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ବିଜୟ ନାୟକ, ଉକôଳ ସାହିତ୍ୟ ସାମାଜିକ ଅନୁଷ୍ଠାନର ସଭାପତି ମନୋଜ ନାୟକ ପ୍ରମୁଖ ସହଯୋଗ କରିଥିଲେ ।