ଖଣିରେ ବ୍ଲାଷ୍ଟିଂ; ତଦନ୍ତ କଲେ ଖଣି ଅଧିକାରିଣୀ

 ଖଇରା : ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରିଶୁଆ ପାହାଡର କପିଳଝୁରୀ ବନ୍ଧନଟା ମୌଜାର ୬୫ ନମ୍ବର ଖଣିରେ ଅବାଧ ବେଆଇନ ବ୍ଲାଷ୍ଟିଂ ନେଇ ଉପଜିଲାପାଳ ଓ ଖଣି ଉପନିଦେ୍ର୍ଦଶକଙ୍କୁ ଅଭିଯୋଗ ପରେ ଗୁରୁବାର ଜିଲା ଖଣି ଅଧିକାରିଣୀ ସନ୍ତୋଷୀପ୍ରଭା ସେଠୀ ଓ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା ଖଣିରେ ପହଞ୍ଚô ବେଆଇନ ବ୍ଲାଷ୍ଟିଂର ତଦନ୍ତ କରିଛନ୍ତି । ଉକ୍ତ ଖଣିରେ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଲଗାତାର ବେଆଇନ ବ୍ଲାଷ୍ଟିଂ କରି ଶହ ଶହ ଟ୍ରିପ ପଥର ବାହାରକୁ ଚାଲାଣ କରି ରାଜସ୍ୱ ଫାଙ୍କି ଚାଲିଥିଲେ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଲାମଧାରୀ ଲକ୍ଷ୍ମୀଧର ନାୟକ ବୁଧବାର ଉପଜିଲାପାଳ ଓ ଖଣି ଉପନିଦେ୍ର୍ଦଶକଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏ ସମ୍ପର୍କରେ ଖଣି ଅଧିକାରିଣୀଙ୍କୁ ଯୋଗାଯୋଗ କରିବାରେ ଉକ୍ତ ବେଆଇନ କାର୍ଯ୍ୟରେ ସମ୍ପୃକ୍ତଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଖଇରା ଥାନାକୁ ଅବଗତ କରାଯାଇଥିବା ବେଳେ  ପଥର ଉତ୍ତୋଳନ କରାଯାଇଥିବା ସ୍ଥାନରେ ସରକାରୀ  ମାପ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି । ରାଜସ୍ୱ ଲୁଟରେ ସମ୍ପୃକ୍ତଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି  ।