ସମନ୍ୱୟ ସମିତି ସଭାପତିଙ୍କୁ ଅବସର ସମ୍ବର୍ଦ୍ଧନା

 କୁଆଖିଆ : ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ରାଜ୍ୟ ସଙ୍ଘ ସଭାପତି ସେବା ସାଧକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ରସୁଲପୁର ବ୍ଲକର ଚନ୍ଦନେଶ୍ୱର ପୀଠରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଆୟୋଜିତ ସଭାରେ ଅତିଥି ଭାବରେ ରାଜ୍ୟ ସଙ୍ଘର କାର୍ଯ୍ୟକାରୀ ସଭାପତି ଅଶ୍ୱିନୀ ବ୍ରହ୍ମ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ମୁଦୁଲି, ସମ୍ପାଦକ ଶ୍ରୀବତ୍ସ ବେହୁରା, ଭିକାରୀ ଚରଣ ଜେନା, ମୁଖ୍ୟ ଉପଦେଷ୍ଟା ବିଜୟ ବାରିକ୍ ଯୋଗଦେଇ କର୍ମଚାରୀଙ୍କ ନିଜର ସେବାମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେବା ସହିତ ସଙ୍ଘବଦ୍ଧ ଭାବେ ଏକାଠି ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଭାପତି ଧନେଶ୍ୱର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପାନୀୟ ଜଳଯୋଗାଣ ଅଧିନରେ ଥିବା ବିଭିନ୍ନ ଅନୁଖଣ୍ଡ, ଉପଖଣ୍ଡ ଓ ଖଣ୍ଡ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଶାଖା କର୍ମଚାରୀ ଏସ୍କେ ଅବଦୁଲ ମୋହିମ୍, ହରିହର ଦାଶ, ରଂଜନ ମହାନ୍ତି, ଅକ୍ଷୟ ଦାସ, ଲମ୍ବୋଦର ଶତପଥୀ, ଅକ୍ଷୟ ବାରିକ, ରମାକାନ୍ତ ବରାଳ, ପ୍ରଦୀପ ସ୍ୱାଇଁ, ପ୍ରଫୁଲ୍ଲ ପଣ୍ଡା, ଲକ୍ଷଣ ସାମଲ, ବୈକୁଣ୍ଠ ପ୍ରସାଦ ସାହୁ, ବିଜୟ ବାରିକ, ଧନେଶ୍ୱର ନାୟକ, ଲକ୍ଷ୍ମୀଧର ଜେନା, ପ୍ରମାନନ୍ଦ ବାରିକ୍ ପ୍ରମୁଖଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ସମ୍ପାଦକ ରମେଶ ଚନ୍ଦ୍ର ନନ୍ଦ, ଖଣ୍ଡ ସମ୍ପାଦକ ବିଷ୍ଣୁ ଚରଣ ନାୟକ, ଜନସ୍ୱାସ୍ଥ୍ୟ ସହ ସମ୍ପାଦକ ଜଗନ୍ନାଥ ନାୟକ, ଖଣ୍ଡ ସହସମ୍ପାଦକ ଅଭିମନୁ୍ୟ ମଲ୍ଲିକ, ଶାଖା ସମ୍ପାଦକ ରଜତ ବାଜପେୟୀ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, ସଭ୍ୟ ଶିଶିର ଜେନା, ଯାଜପୁର ଶାଖା ସମ୍ପାଦକ ମନୋଜ ଭୋଇ ଯୋଗ ଦେଇଥିବା ବେଳେ, ରସୁଲପୁର ଶାଖା କେଶବ ଚନ୍ଦ୍ର ମଲିକଙ୍କ ସମେତ ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ସହଯୋଗ କରିଥିଲେ ।