ଡକାୟତି ଯୋଜାନ ପଣ୍ଡ ; ୫ ଗିରଫ ; ମାରଣାସ୍ତ୍ର ଜବତ
ଭୁବନେଶ୍ୱର, ୨୯ା୪ : ରବିବାର ବିଳମ୍ବିତ ରାତିରେ ପଟିଆ, ରସୁଲଗଡ, ମଞ୍ଚେଶ୍ୱର ପାଶ୍ୱର୍କୁ ଜାତାୟତ କରୁଥିବା ଗାଡି ଓ ଲୋକଙ୍କ ଠାରୁ ଡକାୟତି କରିବାକୁ ଭୋତପଡା କେନାଲ ରୋଡରେ ଥିବା ଏକ ଭଙ୍ଗା ଘରେ ଯୋଜନା ଚାଲିଥିବା ବେଳେ ୫ ଡକାୟତଙ୍କୁ ମାଡି ବସିଲା ମଞ୍ଚେଶ୍ୱର ଥାନା ପୁଲିସ । ପରେ ସେମାନଙ୍କ ଠାରୁ ଏକ ଖଣ୍ଡା, ୨ଟି ଛୁରୀ , ଏକ କଟୁରୀ ଓ ଏକ ଆଇରନ ରଡ଼ ଜବତ କରାଯାଇଛି । ଗିରଫ ୫ ଅଭିଯୁକ୍ତ ହେଲେ, ନୟାପଲ୍ଲୀ ଇସକନ୍ ବସ୍ତିର ବିନୋଦ କୁମାର ବେହେରା, ମଞ୍ଚେଶ୍ୱର ଧୀରୁକୁଟି ବସ୍ତିର ଶଙ୍କର ନାୟକ, ହାଡ଼ବାଇ ବସ୍ତିର ବୁଡ଼ୁ ଦାସ ଓ ଗୋବିନ୍ଦ ଦାସ । ସୋମବାର ପୁଲିସ ୨୨୨ରେ ମାମଲା ରୁଜୁକରି ଦଫା ୩୯୯/୪୦୨ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ରବିବାର ବିଳମ୍ବିତ ରାତିରେ ଭୋତପଡ଼ା କେନାଲ ରୋଡରେ ଥିବା ଏକ ପରିତ୍ୟକ୍ତ ଘରେ କିଛି ଅଭିଯୁକ୍ତ ମାନେ ଏକତ୍ରିତ ହୋଇ ଡକାୟତି ଯୋଜାନା ପ୍ରସ୍ତୁତି କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମଞ୍ଚେଶ୍ୱର ପୁଲିସକୁ ହସ୍ତଗତ ହୋଇଥିଲା । ଏହି ସୂଚନା ଆଧାରରେ ମଞ୍ଚେଶ୍ୱର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଥାନାର ଏକ ଟିମ ତୁରନ୍ତ ଘଟଣା ସ୍ଥଳକୁ ଯାଇ ଚଢ଼ାଉ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଏହି ସମୟରେ ଘଟଣା ସ୍ଥଳରୁ ବାକି ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ସେମାନଙ୍କ ହେପାଜତରୁ ଡକାୟତି ନିମନ୍ତେ କିଛି ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ପଚରା ଉଚରା ବେଳେ ସେମାନେ ପଟିଆ, ରସୁଲଗଡ ଓ ମଞ୍ଚେଶ୍ୱର ପାଶ୍ୱର୍କୁ ଯିବା ଆସିବା କରୁଥିବା ପରିବହନ ଗାଡି ଓ ଯାତ୍ରୀ ମାନଙ୍କୁ ଲୁଟ୍ କରିବା ପାଇଁ ଏହି ଯୋଜନା ଚଳାଇଥିବା ଜଣାପଡ଼ିଥିଲା । ପରେ ଅଭିଯୁକ୍ତ ମାନଙ୍କ ପୂର୍ବ ଚରିତ ଅପରାଧିକ ଯାଞ୍ଚ ବେଳେ ସେମାନଙ୍କ ନାମରେ ପୂର୍ବରୁ ମଞ୍ଚେଶ୍ୱର ଓ ନୟାପଲ୍ଲୀ ଥାନାରେ ସମୁଦାୟ ୮ଟି ଚୋରୀ, ଲୁଟ୍ ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି ।