ଜଳ ବିଶୋଧନ ଓ ଆଇଇସି ଉପରେ ଗୁରୁତ୍ୱ

 ଯାଜପୁର ଟାଉନ : ସୋମବାର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ଭି.ସି ରୁମ୍ ଠାରେ ଜିଲ୍ଲାରେ ଜଳ ବିଶୋଧନ ପ୍ରକ୍ରିୟା ଓ ଆଇଇସି ଉପରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଝାଡାବାନ୍ତି ତଥା ଡ଼ାଇରିଆ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ତଥ୍ୟ ଉପରେ ଆଲୋଚନା କରାଯାଇ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଥିଲା । ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିବାପରେ ସେମାନଙ୍କୁ ଟେଲି ମେଡ଼ିସିନ ମାଧ୍ୟମରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ଡାକ୍ତର ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଯେଉଁ ରୋଗୀମାନେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରୁଛନ୍ତି ତାଙ୍କ ଉପରେ ମନିଟରିଙ୍ଗ ଟିମ୍ ୨ସପ୍ତାହ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ମାଇଲଡ ଓ ସିଭିଅର ରୋଗୀମାନଙ୍କର ବେଡ୍ ଓ ଶୌଚାଳୟ ନିଶ୍ଚିତ ଅଲଗା ହେବା ଦରକାର ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍କୁଲ୍ ମାନଙ୍କରେ ଡିସ ଇନ୍ଫେକ୍ସନ୍ ଆସନ୍ତା କାଲି ସୁଦ୍ଧା ଶେଷ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ  ନିଦେ୍ର୍ଦଶ ଦେଇଥିଲେ । ସୋମବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧୧୩ ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୧୦୯ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୪ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ରୋଗୀ ଆଡମିଟ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିସôାଳୟ ସହ ଅନ୍ୟାନ୍ୟ ଚିକିସôାଳୟରେ ମୋଟ ୧୫୦ଜଣ ରୋଗୀ ଚିକିସôତ ହେଉଛନ୍ତି ଯେଉଁଥିରେ ୧୪୬ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୪ଜଣ ଅତ୍ୟଧିକ ପତଳା ଝାଡା ହେଉଥିବାର ସୂଚନା ମିଳିଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଶିବାନନ୍ଦ ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡଃ ବିଜୟ ମିଶ୍ର, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ୍ ଡିନ୍ ତଥା ଅଧ୍ୟକ୍ଷ ସିତାରାମ ମହାପାତ୍ର, ମେଡିକାଲ ସୁପରିଟେଣ୍ଡେଣ୍ଟ, ସମସ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ଭାରପ୍ରାପ୍ତ ମେଡିକାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।