ହୃଦଘାତରେ ରିଟେଲରଙ୍କ ପରଲୋକ

ବୈତରଣୀ ରୋଡ଼ : ସୋମବାର କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତ ରିଟେଲର ପ୍ରଭାତ କୁମାର ସିଂହଙ୍କ ହୃଦଘାତରେ ପରଲୋକ ଘଟିଛି । ଶନିବାର ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କଟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଆଡମିସନ କରିବାକୁ ପରାମର୍ଶ ଦେଇଥିଲେ ହେଁ ପ୍ରଭାତ ସୁସ୍ଥ ଅଛି କହି ଘରକୁ ଫେରିଆସିଥିଲେ । ରବିବାର ରାତି ୨ଘଟିକା ସମୟରେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ହେଲେ ମେଡ଼ିକାଲ ନେବା ପୂର୍ବରୁ ତାଙ୍କର ପରଲୋକ ଘଟିଥିଲା । ପ୍ରଭାତ ଜଣେ ମେଳାପି ଓ ପରୋପକାରୀ ମଣିଷ ଭାବେ ଅଞ୍ଚଳରେ ପରିଚିତଥିଲେ । ତାଙ୍କ ଅକାଳ ବିୟୋଗ ଖବର ପାଇ ଅଶୋକ ଦାସ୍ ଫାଉଣ୍ଡେସନ ଭବ ପ୍ରସାଦ ଦାସ୍, କୋରେଇ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ଦାସ୍, ବିଜେପି ନେତା ପ୍ରକାଶ ଧଳ, କଂଗ୍ରେସ୍ ନେତା ହରେକୃଷ୍ଣ ସାହୁ, ସରପଂଚ ଲିପ୍ସା ପରିଡ଼ା, ସମିତିସଭ୍ୟ ରଶ୍ମି ରଞ୍ଜନ ପରିଡ଼ା, ପୂର୍ବତନ ସରପଂଚ ସୌଭାଗ୍ୟ ମହାନ୍ତି, ପୂର୍ବତନ ସରପଞ୍ଚ ଉଦୟନାଥ ପରିଡା, ପୂର୍ବତନସଭ୍ୟା ଜୟନ୍ତି ସାହୁ, ଆଲୋକ ମହାନ୍ତି, ଜଗଦିଶ୍ୱର୍ ମଲ୍ଲିକ, ଅଭୟ ମହାପାତ୍ର, ସୁରେନ୍ଦ୍ର ପାଣି, କଳ୍ପତରୁ ସାହୁ, ପ୍ରଶାନ୍ତ ମଲ୍ଲିକ ଓ କୋରେଇ ବ୍ଲକର ସମସ୍ତ ରିଟେଲର ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଏହି ଅନ୍ତିମ ଯାତ୍ରାରେ ସମସ୍ତ ବ୍ୟବସାୟ ଅନୁଷ୍ଠାନ ନିଜକୁ ସାମିଲ୍ କରି ଗାଁ ଶ୍ମଶାନ ପର୍ଯ୍ୟନ୍ତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ସହ ଯାଇଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ଭାଇ ପ୍ରକାଶ, ପ୍ରଶାନ୍ତଙ୍କ ସହ ପରିବାର ଉପସ୍ଥିତି ରହିଥିଲେ । ପୁତୁରା କାହ୍ନା ମୁଖାଗ୍ନି ଦେଇଥିଲେ ।