ମଦ ଜବତ, ୭ ଗିରଫ

ଆସିକା: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଚଢ଼ାଉ କରି  ବିପୁଳ ଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରକାଶ ଯେ, ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ବ୍ରହ୍ମପୁର ଅବକାରୀ ସବଇନ୍ସପେକ୍ଟର ସୁଶାନ୍ତ କୁମାର ମାହାକୁଡ଼ ଓ କେସିଏସ ରେଡ୍ଡୀ ନେତୃତ୍ୱରେ ଏକ ଟିମ୍ ଆସିକା ପାକଲାପଲ୍ଲୀ  ବସା,  କାଳଷଣ୍ଢପୁର ବସା, ଦାମୋଦର ପଲ୍ଲୀ, ଜଗନ୍ନାଥ ପଲ୍ଲୀ ବସା, ଠେଙ୍ଗାପଲ୍ଲୀ ବସା, ଗଣ୍ଡପଲ୍ଲୀ ବସାରେ ଚଢ଼ାଉ କରି ୧୮୦ ଲିଟର ଦେଶୀ ମଦ ସହିତ ୭ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ  ଆସିକା ପାକଲାପଲ୍ଲୀ ବସାରୁ ଜି ଜୟମ୍ମା (୩୬), କାଳଷଣ୍ଢପୁର ବସାରୁ ଏମ ସଙ୍ଗୀତ( ୩୪ ), ଦାମୋଦର ପଲ୍ଲୀ ବସାରୁ ଡି ଶରତ କୁମାର, ଜଗନ୍ନାଥ ପଲ୍ଲୀ ବସାରୁ ଏ. ପ୍ରସାଦ (୪୧)ଠେଙ୍ଗାପଲ୍ଲୀ ବସାରୁ ଏନ କ୍ରିଷ୍ଣାମଣି(୪୨), ଗଣ୍ଡପଲ୍ଲୀ ବସାରୁ ଏ ଜ୍ୟୋତି ( ୫୧ ), ଡି ଦେବରାଜ (୫୩) । ଏ ନେଇ ଅବକାରୀ ଥାନା କେସ୍ ନମ୍ବର୫୦୨/୫୦୩/୫୦୪/୫୦୫/୫୦୬/୫୦୭/୫୦୮/୨୫ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।