ଯୁବକ ହତ୍ୟା ମାମଲାରେ ୭ଅଭିଯୁକ୍ତ ଗିରଫ
କୋଷାଗୁମୁଡା: କୋଡିଙ୍ଗା ଥାନା ଅନ୍ତର୍ଗତ ବିଏମ ସେମଳା ପଞ୍ଚାୟତର ବରାଓଡା ଗ୍ରାମରେ ପରକିୟା ପ୍ରୀତିରେ ଲିପ୍ତ ଯୁବକଙ୍କୁ ଗ୍ରାମବାସୀ ମାଡ ମାରି ହତ୍ୟା କରିଥିବା ଅଭିଯୋଗରେ ୭ଅଭିଯୁକ୍ତଙ୍କୁ କୋଡ଼ିଙ୍ଗା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଗିରଫ ୭ଅଭିଯୁକ୍ତ ହେଲେ ବରାଓଡ଼ା ଗ୍ରାମର ଶିବ ଜାନୀ, ଧନୁର୍ଜୟ ଜାନୀ, ଗଣେଶ ଜାନୀ, ନିରଞ୍ଜନ ଜାନୀ, ତ୍ରିନାଥ ଜାନୀ, ନକୁଳ ଜାନୀ, ଘେନୁ ଜାନୀ ।
ପ୍ରକାଶ ଯେ, ଗତ ୬ତାରିଖରେ ମଇଦଳପୁର୍ ପଞ୍ଚାୟତର କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ବରାଓଡ଼ା ଗ୍ରାମର ଜଣେ ବିବାହିତ ମହିଳାଙ୍କ ଘରେ ସ୍ୱାମୀ ନଥିବା ଜାଣି ରାତି ପ୍ରାୟ ୧୧ଘଣ୍ଟା ସମୟରେ ପଶି ଯାଇଥିଲେ । ଏହାପରେ ଗ୍ରାମର କିଛି ଯୁବକ ଦେଖି ମହିଳାଙ୍କ ସ୍ୱାମୀଙ୍କୁ ସୂଚନା ଦେଇ ଡକାଇଥିଲେ । ସଙ୍ଗେ ସଙ୍ଗେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଘରେ ଆସି କବାଟ ଖୋଲି ଅସଂଯତ ଅବସ୍ଥାରେ ଦେଖି ଗାଳି ଗୁଲଜ କରିବା ସହ ଉମାକାନ୍ତକୁ ରସିରେ ବାନ୍ଧି ମାର ପିଟ କରିଥିଲେ । ଆହତ ଉମାକାନ୍ତଙ୍କ ପରିବାର ଗ୍ରାମବାସୀଙ୍କ ସହ ଆଲୋଚନା କରି ଉମାକାନ୍ତକୁ ରାତି ସାଢେ ୩ଘଣ୍ଟା ସମୟରେ ପାପଡାହାଣ୍ଡି ମେଡିକାଲକୁ ନେଇ ଚିକିସôା ପାଇଁ ନେଇଥିବା ସମୟରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକ କୋଡିଙ୍ଗା ଥାନାରେ ଏତଲା ଦେଲା ପରେ କୋଡିଙ୍ଗା ଥାନାରେ ୦୪/୨୫ରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ ।