ପିଛା ଛାଡୁନି ଭତ୍ତା ଜାଲିଆତି : ହିତାଧିକାରୀଙ୍କ ବିନା ଦସ୍ତଖସ୍ତରେ ସରପଞ୍ଚ ବାଣ୍ଟିଲେ ଭତ୍ତା


 ବିଞ୍ଝାରପୁର : ପୁଣି ମୁଣ୍ଡ ଟେକିଲାଣି ଭତ୍ତା ଟଙ୍କା ଜାଲିଆତି । ଏଥର ଭତ୍ତା ଆଯୋଗ୍ୟ ହିତାଧିକାରୀ ନୁହଁ ହିତାଧିକାରୀଙ୍କ ଭତ୍ତା ଅର୍ଥକୁ ହଡ଼ପ କରାଯାଇଛି । ଆଉ ଏହି ଅର୍ଥକୁ ପଞ୍ଚାୟତର ପିଇଓ ବାଣ୍ଟିବା ନଚେତ୍ ବ୍ଲକ୍ରୁ ନିଯୁକ୍ତି ପାଇଥିବା ଏଡିଓ ବାଣ୍ଟିବା ପରିବର୍ତ୍ତେ ସରପଞ୍ଚ ନିଜେ ବାଣ୍ଟିଛନ୍ତି । ଯାହାକି ସରକରଙ୍କ ପୁରା ନିୟମ ବାହାରେ । ବାଣ୍ଟିଲେ ତ ଭୁଲ କଲେ ଭତ୍ତା ବଣ୍ଟନର ରେଜିଷ୍ଟର ନଆଣି ହିତାଧିକାରୀଙ୍କ ବିନା ସ୍ୱାକ୍ଷର ଅବା ଟିପ ଚିହ୍ନରେ ବାଂଟିଲେ ଆଉ ଅର୍ଥ ବି ଆତ୍ମସାତ କରିଥିବା ଅଭିଯୋଗ ଆସିଛି । ଅଭିଯୋଗରୁ ପ୍ରକାଶ କଲ୍ୟାଣପୁର ପଞ୍ଚାୟତକାନପୁର ଗାଁର ହିତାଧିକାରୀ ଚୈତନ୍ୟ ଚରଣ ପତି ଓ ତାଙ୍କ ବିଧବା ସାନ ମାଆ ପୁଷ୍ପଲତା ପତି ଗତ ଅପ୍ରେଲ ମାସରୁ ଭତା ବଣ୍ଟନରେ ଥିବା ପିଇଓଙ୍କୁ ବାରମ୍ବାର ଭତ୍ତା ଟଙ୍କା ମାଗିବାରୁ ପଇସା ନାହିଁ କହି ଟଙ୍କା ଦେଇନଥିଲେ । ପରେ ଚଳିତ ମାସ ୧୭ ତାରିଖରେ ଚୈତନ୍ୟଙ୍କୁ ୪ ହାଜର ଓ ୨୧ତାରିଖରେ ପୁଷ୍ପଲତାଙ୍କୁ ୧ହାଜର ଟଙ୍କା ଭତ୍ତା ନିଜ ଖାତାରେ ଲେଖି ଗାଁକୁ ଆସି ବିନା ସ୍ୱାକ୍ଷର ଓ ଟିପରେ ପ୍ରଦାନ କରିଥିଲେ ନିଜ ସରପଞ୍ଚ । ହିତାଧିକାରୀ ଟିପ ନେବା କଥା ପଚାରିବାରୁ କୁଆଡ଼େ ଏତ ଟିପ ନେଇ ହେବନି ସେ ନିଜେ ଦେଇ ଦେବେ ବୋଲି ହିତାଧିକାରୀ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ ଚୈତନ୍ୟ ୪ ମାସରେ ୪ହଜାର ଓ ଜୋତା ଛତା ବାବଦକୁ ୪୦୦ଟଙ୍କା ମୋଟ ୪୪୦୦ପାଇବା ଯାଗାରେ ୪ ହଜାର ପୁଷ୍ପଲତାଙ୍କ ୪ମାସରେ ୪ହାଜର ଆଉ ଜୋତା ଛତା ବାବଦକୁ ୪୦୦ମିଶାଇଲେ ମୋଟ ୪୪୦୦ଯାଗାରେ ୧ହଜାର ମିଳିଥିଲା । ଚୈତନ୍ୟଙ୍କ ଖାତାରେ ଚରିହଜାର ଦେଇ ସରପଞ୍ଚ ନିଜେ ସ୍ୱାକ୍ଷର କରିଥିବା ବେଳେ ପୁଷ୍ପଲତାଙ୍କ ଖାତାରେ ସରପଞ୍ଚ ଦସ୍ତଖସ୍ତ କରିଥିବା ଚୈତନ୍ୟ ଅଭିଯୋଗ କରିଛନ୍ତି । ବାକି ଟଙ୍କା ଦୁଇ ହିତାଧିକାରୀଙ୍କ ହଡ଼ପ ହୋଇଥିବା କଥା ଚୈତନ୍ୟ ଅଭିଯୋଗ କରିଟଙ୍କା ନମିଳିଲେ ଗାଁ ଲୋକଙ୍କୁ ଆଣି ବିଡିଓଙ୍କୁ ଘେରାଉ କରିବାପାଇଁ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ତେବେ ଏସଂପର୍କରେ ବିଡ଼ିଓଙ୍କୁ ପଚରିବାରୁ କଲ୍ୟାଣପୁର ସରପଞ୍ଚଙ୍କ ନାମରେ ଅନେକ ଅଭିଯୋଗ ହେଲାଣି । ତଦନ୍ତ ପାଇଁ ପଠେଇଛି, ସରପଞ୍ଚଙ୍କ ଭତ୍ତା ବାଣ୍ଟିବା ନିୟମ ନାହିଁ କିଏ ଅନୁମତି ଦେଲା ସିଧା ଜିଲାର ଉପରସ୍ତ ଅଧିକାରୀଙ୍କୁ ଲିଖିତ ଜଣାଇବା କହିଛନ୍ତି । ଅପରପକ୍ଷରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ପଞ୍ଚାୟତର ପିଇଓ ଓ ସରପଞ୍ଚଙ୍କ ଜଏଣ୍ଟ ଆକାଉଣ୍ଟରେ ଟଙ୍କା ଉଠାଯାଏ । ଏଡ଼ିଓଙ୍କୁ ବଣ୍ଟନ ପାଇଁ ଦାଇତ୍ୱ ଦିଆ ଯାଇଥିଲା ସରପଞ୍ଚ ବାଣ୍ଟିବାର କୌଣସି ସରକାରୀ ନୀୟମ ନାହିଁ, ଏହା ସମ୍ପୂର୍ଣ୍ଣ ଭୁଲ । ସରପଞ୍ଚ ପି.ଇ.ଓଙ୍କ ଠାରୁ ଜୋର୍ ଜବରଦସ୍ତି ଟଙ୍କା ନେଇ ଏହି ଭୁଲ କାର୍ଯ୍ୟ କରିଛନ୍ତି । ଏଡିଓ ତାରିଣୀ ମିଶ୍ର କହିଛନ୍ତି ସେ ଟଙ୍କା ବାଣ୍ଟିଛନ୍ତି ସରପଞ୍ଚ କେମିତି ଟଙ୍କା ବାଣ୍ଟିଲେ ସେ ଜାଣିନାହାନ୍ତି । ପଞ୍ଚାୟତର ପିଇଓ କହିଛନ୍ତି ସେ ମାଁସଡ଼ାରେ ଭତ୍ତା ବାଣ୍ଟୁଛନ୍ତି । କଲ୍ୟାଣପୁର ସରପଞ୍ଚ ବୋଧେ ହାତରୁ ବାଣ୍ଟିଥିବା କଥା କହିଛନ୍ତି । ତେବେ ଅଧିକାରୀଙ୍କ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ଆସୁଥିବା ବେଳେ ଘଟଣାରେ ନିଶ୍ଚିତ ହେରଫେର ଥିବା ଜଳଜଳ ହୋଇ ଦେଖାଯାଉଛି । ଉକ୍ତ ଘଟଣାକୁ ତଦନ୍ତ କରି ବିଞ୍ଝାରପୁର ବି.ଡ଼ି.ଓ ଓ ଜିଲାପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସମୟ ସାପେକ୍ଷ ।